ଢ଼େଙ୍କାନାଳ: ଦିନକୁ ଦିନ ରାସ୍ତାରେ ଦୁର୍ଘଟଣା ବହୁ ମାତ୍ରାରେ ବଢ଼ିବାରେ ଲାଗିଛି। ସଡ଼କ ସୁରକ୍ଷା ଉପରେ ଗାଁ ଗହଳିର ଲୋକମାନେ ବିଶଷଭାବେ ସଚେତନ ନ ଥିବାରୁ ଏହା ଦିନକୁ ଦିନ ବଢ଼ିବାରେ ଲାଗିଛି।ଏ ଦିଗରେ ଏକ ଅଭିନବ ଉପାୟରେ ସଚେତନତା ସୃଷ୍ଟି କରିଛନ୍ତି ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବରୁଆ(କା) ଗ୍ରାମ ପଞ୍ଚାୟତ ଇଚ୍ଛାବତୀପୁର ଗ୍ରାମର ସମାଜସେବୀ ସଞ୍ଜିତ ଦାସ।ରାସ୍ତା କଡ଼ରେ ମୁଣ୍ଡରେ ହେଲମେଟ ପିନ୍ଧି ଯାତ୍ରୀ ମାନଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି।ମୁଣ୍ଡରେ ହେଲମେଟ ଓ ହାତରେ ପ୍ଲାଟ କାର୍ଡ ଧାରୀ ରାସ୍ତାରେ ଯାଉଥିବା ଯାତ୍ରୀ ମାନଙ୍କୁ ଟ୍ରାଫିକ ନିୟମ ମାନି ଗାଡ଼ି ଚାଲିବାକୁ ଅନୁରୋଧ କରୁଛନ୍ତି।ଟ୍ରାଫିକ ନିୟମ ଉପରେ ଲୋକଙ୍କୁ ବୁଝାଇବା ସହ ସଡ଼କ ସୁରକ୍ଷା ଉପରେ ସଚେତନ କରୁଛନ୍ତି।ଗାଡ଼ି ଧୀରେ ଚଳେଇବା ସହ ହେଲମେଟ, ସିଟ ବେଲ୍ଟ ଏବଂ ଟ୍ରାଫିକ ନିୟମ ମାନି କିପରି ରାସ୍ତାରେ ଦୁର୍ଘଟଣା କମ ହେବ ସେ ବିଷୟରେ ସବୁ ଲୋକ କିପରି ସଚେତନ ହେବା ସହ କିପରି ରାସ୍ତାରେ ଲୋକ ଜୀବନ ରକ୍ଷା ହେଇ ପାରିବ ଏହା ତାଙ୍କର ଉଦ୍ଦେଶ୍ୟ।