ଢ଼େଙ୍କାନାଳ : ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ବେଡାପଡା ମିନି ଷ୍ଟାଡିୟମରେ ଚାଲିଥିବା ୧୪ତମ ସର୍ବଭାରତୀୟ ସୁବାଷ ମେମୋରିଆଲ୍ କ୍ରିକେଟ୍ ଟୁର୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଛତିଶଗଡ଼ ଫରେଷ୍ଟ ଏକାଦଶ ଏବଂ କଟକର ରାଇଜିଙ୍ଗ ଷ୍ଟୁଡେଣ୍ଟ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ରାଇଜିଙ୍ଗ୍ ଷ୍ଟୁଡେଣ୍ଟ୍ କଟକ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୪ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ଓଡିଶା ରଣଜୀ ତାରକା ଆଶୀର୍ବାଦ ସ୍ବାଇଁ ୮୩ ରନ୍(୪୫ ବଲ୍), ଆଦିତ୍ଯ ରାଉତ ୬୪ ରନ୍ (୩୪ବଲ୍)ସଂଗ୍ରହ କରିଥିଲେ। ଛତିଶଗଡ ତରଫରୁ ଅୟସ ଖ୍ରୀଷ୍ଟଫୋର ୪୫ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ଛତିଶଗଡ଼ ଦଳ ୧୨.୪ଓଭରରେ ମାତ୍ର ୭୨ ରନ୍ ସଂଗ୍ରହ କରିବା ସହ ୧୩୨ ରନ୍ ରେ ପରାସ୍ତ ହୋଇଥିଲା। ମ୍ୟାଚରେ ମୂଖ୍ୟ ଅତିଥି ଭାବେ ସମାଜସେବୀ ଗଙ୍ଗାଧର ସାମଲ, ସମ୍ମାନୀତ ଅତିଥି ଭାବେ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତାରାଣୀ ନାୟକ ଯୋଗଦେଇ ଚମ୍ପିୟାନ୍ କଟକ ଟିମ୍ ଓ ରନର୍ସ ଅପ୍ ଛତିଶଗଡ ଟିମ୍ କୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ । ମ୍ୟାନ୍ ଅଫ୍ ଦି ମ୍ୟାଚ୍ କେ ଈଶ୍ବର ପ୍ରସାଦ , ମ୍ୟାନ୍ ଅଫ୍ ଦି ସିରିଜ୍ ଛତିଶଗଡର ପବନ ମାହୋତ, ବେଷ୍ଟ୍ କ୍ୟାଚ୍ ବିପ୍ଲବ ସାମନ୍ତରାୟ ,ବେଷ୍ଟ୍ ବ୍ୟାଟ୍ସମ୍ୟାନ୍ ଆଶୀର୍ବାଦ ସ୍ବାଇଁ ବିବେଚିତ ହୋଇଥିଲେ । ଏହି ମ୍ୟାଚକୁ ସୋମନାଥ ସେଠୀ ଏବଂ ତ୍ରୀନାଥ ସାମନ୍ତ ପରିଚାଳନା କରିଥିବାବେଳେ ପ୍ରଶାନ୍ତ ଦାସ ମ୍ୟାଚ ରେଫରୀ ରହିଥିଲେ। ବୁବୁ ସିହ୍ନା,ସନ୍ଦିପ ପଣ୍ଡା ଧାରାବିବରଣୀ ପ୍ରଦାନ କରିଥିଲେ। ଅଜିତ୍ ସାମଲ, ରାକେଶ ସାମଲ ଓ ବାଦଲ ସାମଲ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ମ୍ୟାଚ୍ ଆୟୋଜନରେ ବିକାଶ ସାମଲ ,ତପନ ପରିଡା, ଅଜିତ୍ ସାମଲ ଓ ରାଜୁ ସାମଲଙ୍କ ସହ ମା ଅନ୍ଧାରୀ କ୍ରିକେଟ୍ କ୍ଲବ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।