୫-ଟି ସଚିବ ଯୋରନ୍ଦାରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ପୂର୍ବରୁ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ମହିମା ଧର୍ମପୀଠ ପରିଦର୍ଶନ !

ଢ଼େଙ୍କାନାଳ : ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ଯୋରନ୍ଦା ପରିଦର୍ଶନ କରିଛନ୍ତି ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ
ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ।

ଏହି ଅବସରରେ ସେ ମହିମା ଗାଦିମନ୍ଦିର , ଧୁନିମନ୍ଦିର, ଅଖଣ୍ଡବତି ମନ୍ଦିର, ବଳ୍କଳଧାରୀ ଓ କୌପୀନଧାରୀ
ମହିମା ସମାଜ ଆଶ୍ରମ, ରାସ୍ତାଘାଟ ବୁଲି ଦେଖିବା ସହ ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।
ଯୋରନ୍ଦାର ସର୍ବାଙ୍ଗୀନ ଉନ୍ନତି ଏବଂ ଏହାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣତି କରିବା ଲାଗିସେ ସାଧୁସନ୍ଥ ,
ଅଞ୍ଚଳବାସୀଙ୍କ ସହଯୋଗ ଲୋଡ଼ିଛନ୍ତି । ଯୋରନ୍ଦା ବିକାଶ ପାଇଁମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୧୦କୋଟି ଟଙ୍କା ପ୍ରଦାନ
କରାଯାଇଛି।ଏହିଅର୍ଥବିନିମୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଚାଲିଛି।

ଏଥିରେ ସ୍ୱଚ୍ଛତା ଅବଲମ୍ବନ କରିବା , ନିର୍ଧାରିତ
ସମୟରେ କାମ ଶେଷ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏହିଅବସରରେ ଦୁଇଗୋଷ୍ଠୀର ସାଧୁସନ୍ଥଙ୍କ ଆଶୀବାର୍ଦ ଭିକ୍ଷା କରିବା ସହ ସେମାନଙ୍କ ବିଭିନ୍ନ
ପ୍ରସ୍ତାବ ଶୁଣିଥିଲେ । ଆଲୋଚନା ସମୟରେ କୌପୀନଧାରୀ ମହିମା ସମାଜ ମୁଖ୍ୟ ରଘୁନାଥ ବାବା, ଅବିନାଶୀ ବାବା, ବଳ୍କଳଧାରୀ ମହିମା ସମାଜର ପ୍ରଭାସ
ବାବା, ପ୍ରସନ୍ନ ବାବା ଉପସ୍ଥିତ ଥିଲେ।

ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ଜିଲ୍ଲାପାଳ ସରୋଜ ସେଠୀ, ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର, ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ସଂଯୋଜକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ , ସଦର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର, ଜିଲ୍ଲା ମହଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ରୁବିବିଶ୍ୱାଳଙ୍କ ସମେତ ଜିଲ୍ଲା ପ୍ରଶାସନର ପଦସ୍ଥ ଅଧିକାରୀ , ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଉପସ୍ଥିତ ରହି ସାମୂହିକ ପ୍ରସାଦସେବନ କରିଥିଲେ।

Leave A Reply

Your email address will not be published.

sixteen − 12 =