ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ରେ ପରିଣତ ହେବ ଯୋରନ୍ଦା ମହିମା ଧର୍ମପୀଠ !

ଢ଼େଙ୍କାନାଳ : ବିଶ୍ବ ପ୍ରସିଦ୍ଧ  ମହିମା  ଧର୍ମପୀଠ  ଯୋରନ୍ଦାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ରେ ପରିଣତ  କରିବା  ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି। ଏହାର ସମୀକ୍ଷା କରିବା ପାଇଁ ୫-ଟି ସଚିବ ଭି. କେ. ପାଣ୍ଡିଆନ ଆସନ୍ତା ୨୯ ତାରିଖରେ  ଯୋରନ୍ଦାପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ବିଧାୟକ ସୁଧୀର କୁମାର ସାମଲ, ଜିଲ୍ଲାପାଳ  ସରୋଜ କୁମାର ସେଠୀ, ଜିଲ୍ଲା  ପରିଷଦ ସଭାନେତ୍ରୀ ଅର୍ଚ୍ଚନା  ପୁହାଣ, ଉପଜିଲ୍ଲାପାଳ  ସ୍ନିଗ୍ଧାରାଣୀ ଧଳ ପ୍ରମୁଖ ମହିମାଗାଦି ରେ ପହଞ୍ଚି ବିକାଶମୂଳକ  କାର୍ଯ୍ୟର ତଦାରଖ କରିଛନ୍ତି ।କୌପୀନଧାରୀ ଓ ବଳ୍କଳଧାରୀ ମହିମା  ସାଧୁଗୋଷ୍ଠୀ  ମଧ୍ୟରେ ଦୀର୍ଘବର୍ଷ  ଧରିଲାଗିରହିଥିବା ବିବାଦର ଅନ୍ତହେବା ପରେ ପୀଠର ବିକାଶ ପଥ ଉନ୍ମୁକ୍ତ ହୋଇଛି। ବିଧାୟକ ଏବଂ ଜିଲ୍ଲାପାଳ ଉଭୟ ଗୋଷ୍ଠୀର ସାଧୁସନ୍ଥ , ସ୍ଥାନୀୟ ଅଞ୍ଚଳବାସୀଙ୍କ ମତାମତ ସଂଗ୍ରହକରିଛନ୍ତି । ୨୯ ତାରିଖରେ  ୫-ଟି ସଚିବ ମହିମାଗାଦି ପରିଦର୍ଶନରେ  ଆସି ମହିମା  ସନ୍ନ୍ୟାସୀଙ୍କ ଗହଣରେ ପ୍ରସାଦ ସେବନକରିବେ।  ଏଥିସହ ଅଞ୍ଚଳବାସୀଙ୍କ ସହ ଭାବ ବିନିମୟ କରିବା  କାର୍ଯ୍ୟକ୍ରମ  ରହିଛି।ଢେଙ୍କାନାଳ ଜିଲ୍ଲାରେ ପର୍ଯ୍ୟଟନର  ବିକାଶ ପାଇଁ ମୁଖ୍ୟମନ୍ତ୍ରୀ  ମଞ୍ଜୁର କରିଥିବା ୫୦ କୋଟି ଟଙ୍କା ମଧ୍ଯରୁ ୧୦ କୋଟିଟଙ୍କା ଯୋରନ୍ଦା ଉନ୍ନୟନ କାର୍ଯ୍ୟରେ ଖର୍ଚ୍ଚ ହେବ। ଆବଶ୍ୟକ ପଡ଼ିଲେ ଅଧିକ ଅନୁଦାନ ଯୋଗାଇ ଦିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଏ ସଂକ୍ରାନ୍ତରେ ବିଧାୟକ ସାମଲ କୁହନ୍ତି, ସମସ୍ତଙ୍କ ମିଳିତ ଉଦ୍ୟମରେ ଦୁଇ ସାଧୁଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦରେ ପୂର୍ଣଛେଦ ପଡ଼ିଛି। ରାଜ୍ୟ ସରକାର ଯୋରନ୍ଦାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀରେ  ପରଣତି କରିବା  ପାଇଁ ଯୋଜନା କରିଛନ୍ତି । ଖୁବ୍‌ କମ୍‌ଦିନରେ ଯୋରନ୍ଦାର ରୂପରେଖ ବଦଳିଯିବ। ବିଶ୍ୱପ୍ରସିଦ୍ଧ ମହିମା  ଧର୍ମର ଏହିପୀଠ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ।

Leave A Reply

Your email address will not be published.

5 − one =