ଢେ଼ଙ୍କାନାଳ ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚନ୍ଦ୍ରଶେଖର ଜିଉ ଙ୍କ ପୀଠ କପିଳାସ କୁ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଗସ୍ତ ଅବସର ରେ କପିଳାସ ସୁରକ୍ଷା ପରିଷଦ ତରଫରୁ ଏକ ୧୧ ଦଫା ସମ୍ବଳିତ ଦାବି ପତ୍ର ମାନ୍ୟବର ମନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଥିଲା । ଏହି ଦାବି ପତ୍ର କୁ ପରିଷଦ ର ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ନବିନ ନନ୍ଦ ,ପୂର୍ବତନ ସରପଂଚ ମଙ୍ଗରାଜ ବାରିକ ,ସେବାୟତ ସଂଘ ର ସମ୍ପାଦକ ଗୁରୁଚରଣ ମହାପାତ୍ର ଓ ସ୍ଥାନୀୟ ଦେଓଗାଁ ସରପଞ୍ଚ ବିଜୟ କୁମାର ଦେହୁରୀ ମାନ୍ୟବର ମନ୍ତ୍ରୀ ଙ୍କୁ ହସ୍ତାନ୍ତର କରିଥିଲେ। ମାନ୍ୟବର କେନ୍ଦ୍ରମନ୍ତ୍ରୀ ଏହି ଦାବି ପତ୍ର ଉପରେ ଅନୁଷ୍ଠିତ ବୈଠକ ରେ ଆଲୋଚନା କରାଯାଇ ଢେ଼ଙ୍କାନାଳ ଜିଲ୍ଲାପାଳ ଙ୍କ ପ୍ରତ୍ନତତ୍ତ୍ଵ ବିଭାଗ, ପର୍ଯ୍ୟଟନ ବିଭାଗ,ଜଙ୍ଗଲ ବିଭାଗ ,ରାଜସ୍ବ ବିଭାଗ ଓ ପୂର୍ତ୍ତ ବିଭାଗ ର କର୍ମକର୍ତ୍ତା ଓ ସ୍ଥାନୀୟ ବୁଦ୍ଧିଜୀବୀ ଙ୍କୁ ନେଇ ଏକ କମିଟି ଗଠନ କରି ଏହି ଦାବି ଗୁଡ଼ିକର ସମାଧାନ କରିବା ପାଇଁ ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଦାବି ଗୁଡ଼ିକ ଦ୍ଵାଦଶ ଶତାବ୍ଦୀ ର କପିଳାସ ପୀଠ ଟି କେନ୍ଦ୍ର ସରକାର ଙ୍କ ପ୍ରତ୍ନତତ୍ତ୍ଵ ବିଭାଗ ଦ୍ଵାରା ” ନେଶନାଲ ପ୍ରୋଟେକ୍ଟଡେ ମନୁମେଣ୍ଟ” ରୂପେ ସ୍ଵୀକୃତି ଲାଭ କରିଥିବାରୁ ଏହି ପୀଠ ରେ ପ୍ରତ୍ନତତ୍ତ୍ଵ ବିଭାଗ ଦ୍ଵାରା ବିଭିନ୍ନ ଉନ୍ନୟନ ଓ ମୁଖ୍ୟ ମନ୍ଦିର ର ସଂରକ୍ଷଣ କାର୍ଯ୍ୟ ହୋଇ ଆସୁଅଛି । ବର୍ତମାନ କପିଳାସ ମୁଖ୍ୟ ମନ୍ଦିର ର ଜଗମୋହନ ପାଖରେ ଏକ ଫାଟ ସୃଷ୍ଟି ହୋଇ ମନ୍ଦିର ର ସ୍ଥାୟୀତ୍ବ ଉପରେ ସନ୍ଦେହ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ମନ୍ଦିର ର ଚତୁର୍ପର୍ଶ୍ଵ ବେଢା ଟି ମଧ୍ୟ ଦବିବାରେ ଲାଗିଛି । ଏଣୁ ଏହାର ମରାମତି ଓ ନିର୍ମାଣ କାର୍ଯ୍ୟ ର ଅଗ୍ରଗତି ପାଇଁ ଜାତୀୟ ପ୍ରତ୍ନତତ୍ତ୍ଵ ବିଭାଗ କୁ ନିର୍ଦ୍ଦେଶ ଦିଆଯାଉ ଓ ତତ୍ ସଙ୍ଗେ” ମା ପାର୍ବତୀ “ଙ୍କ ମନ୍ଦିର ଟି ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇ ଯାଇଥିବାରୁ ତାହା ବର୍ଷ ହେଲେ ପାଣି ଝରି ଠାକୁରାଣୀ ପାଣି ରେ ଭିଜିବା ସଙ୍ଗେ ସଙ୍ଗେ ଶ୍ରଦ୍ଧାଳୁ ଙ୍କ ଦର୍ଶନ ପାଇଁ ଅସୁବିଧା ସୃଷ୍ଟି ହେଉଛି ।ଏଣୁ ଏହି ମନ୍ଦିର ର ପୁନଃ ନିର୍ମାଣ କିମ୍ବା ମରାମତି ପାଇଁ ପ୍ରତ୍ନତତ୍ତ୍ଵ ବିଭାଗ କୁ ନିର୍ଦ୍ଦେଶ ଦିଆଯାଉ । କପିଳାସ ର ମୁଖ୍ୟ ମନ୍ଦିର ଓ ବେଢା ସଂଲଗ୍ନ ଜମି ଟି କେବଳ ଠାକୁର୍ ଙ୍କ ନାମରେ ରେକର୍ଡ ଭକ୍ତ ଥିବା ବେଳେ ବେଢ଼ାର ବାହାର ଜମି ଗୁଡ଼ିକ ଜଙ୍ଗଲ ବିଭାଗ ର ଅଟେ । କପିଳାସ ରିଜର୍ଭ ଜଙ୍ଗଲ ଟି କେନ୍ଦ୍ର ସରକାର ଙ୍କ ଦ୍ଵାରା “ଅଭୟାରଣ୍ୟ ” ଘୋଷିତ ହୋଇ ଥିବାରୁ ମନ୍ଦିର ର ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟ ରେ ବିଭିନ୍ନ ସମୟ ରେ ବାଧା ଉପୁଜିଛି । ଏଣୁ ଏହାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ବନ ବିଭାଗ ଦ୍ଵାରା ଅଧିକୃତ କରାଯାଇଥିବା ପ୍ରାୟ ୮୦ ଏକର ଜମି କପିଳାସ ପାଦ ଦେଶ ରେ ଏକ “ମୃଗୟା ବିହାର” ସତୁରୀ ଦଶକ ରୁ ସ୍ଥାପନା କରା ଯାଇଛି ।ତେଣୁ ଜଙ୍ଗଲ ବିଭାଗ କପିଳାସ ପୀଠ ଉପରେ ସେତିକି ପରିମିତ ଜମି ଶ୍ରୀ ଜିଉ ଙ୍କୁ ହସ୍ତାନ୍ତର କରିଲେ ଏହି ସମସ୍ୟା ର ସ୍ଥାୟୀ ସମାଧାନ ହୋଇ ପାରିବ ଓ ରାଜ୍ୟ ସରକାର ପୀଠ ରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିବାରେ ସହାୟକ ହେବ ।ଏହି ସଂକ୍ରାନ୍ତ ରେ ଏକ ପ୍ରସ୍ତାବ ପ୍ରାୟ ୨୦୦୪ ମସିହାରୁ ରାଜ୍ୟ ଜଙ୍ଗଲ ବିଭାଗ ରେ ବିଚାରଧୀନ ଅଛି ।ଏହି ପ୍ରସ୍ତାବ କୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ସମ୍ପନ୍ନ କରିବାକୁ ଆପଣ ଙ୍କ ହସ୍ତକ୍ଷେପ ନିହାତି ଜରୁରୀ । ମହାଭାଗ ,ଆପଣ ଗତ ଦୁଇ ବର୍ଷ ତଳେ କପିଳାସ ପରିଦର୍ଶନ ରେ ଆସିଥିବା ସମୟ ରେ କପିଳାସ ପୀଠ ରେ ଏକ “ବେଦ ଓ କର୍ମକାଣ୍ଡ ମହାବିଦ୍ୟାଳୟ” କେନ୍ଦ୍ର ସରକାର ଙ୍କ ତରଫରୁ ପ୍ରତିଷ୍ଠା କରାଯିବାର ଘୋଷଣା ଅନୁସାରେ ଗତ ଏକ ବର୍ଷ ଧରି ଏହି ବିଦ୍ୟାଳୟ ଟି ଦେଓଗାଁ ଗ୍ରାମ ରେ ଏକ ଭଡ଼ା ଘରେ ଚାଲୁଅଛି । ଏଣୁ ଏହି ମହା ବିଦ୍ୟାଳୟ ର ଏକ ସ୍ଥାୟୀ କ୍ୟାମ୍ପସ କରିବା ପାଇଁ ଏକ ଜମି ର ଆବଶ୍ୟକତା ଥିବାରୁ ଦେବୋତ୍ତର ବିଭାଗ ତରଫରୁ କପିଳାସ ପାଦ ଦେଶ ରେ ଥିବା ନିରୁପମା ହୋଟେଲ ପାଖରେ ଥିବା ୫ ଏକର ଜମି କୁ ହସ୍ତାନ୍ତର କରିବା ପାଇଁ ବିହୀତ ନିର୍ଦ୍ଦେଶ ଦିଆଯାଉ । କପିଳାସ ପୀଠ କୁ ଦୈନିକ ହଜାର ହଜାର ପର୍ଯ୍ୟଟକ ଆସୁଥିବାରୁ ଏକ “ରୋପ୍ ୱେ” ର ପ୍ରସ୍ତାବ ଦୀର୍ଘ ଦିନରୁ ବିଚାରାଧୀନ ଅଛି । ତେଣୁ ଏହି ପ୍ରସ୍ତାବ କୁ କାର୍ଯ୍ୟକାରୀ କରିବା ପାଇଁ ବିହୀତ ପଦକ୍ଷେପ ନେବାକୁ । ବିଗତ ୨୦୦୫ ମସିହା ରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉ ବିଜେ କପିଳାସ ଙ୍କ ର ଢେ଼ଙ୍କାନାଳ ସଦର ବ୍ଲକ ଅର୍ନ୍ତଗତ ଦୁର୍ଗାପ୍ରସାଦ ଗ୍ରାମ ରେ ୨୦୬ ଏକର ଜମି ଏକ ବିଦ୍ୟୁତ୍ ପ୍ଲାଣ୍ଟ ପାଇଁ ଇଡକୋ ଦ୍ବାରା ଅଧିଗ୍ରହଣ କରାଯାଇ ଜମି ର କ୍ଷତିପୂରଣ ଏକର ପ୍ରତି ୫ ଲକ୍ଷ ଚାଳିଶ ହଜାର ଟଂକା ଦିଆ ଯାଇଥିଲା ।ସେହି ଟଂକା କୁ କପିଳାସ ଟ୍ରଷ୍ଟି ଙ୍କ ଆକାଉଣ୍ଟ ରେ ରଖାଯାଇଥିଲା । ଶ୍ରୀ ଜିଉ ଙ୍କ ର ଏହି ଜମି ରେ ପରବର୍ତ୍ତୀ କଲିକତା ର ସିଇଏସସି ପ୍ଲାଣ୍ଟ କାରଖାନା କାର୍ଯ୍ୟ କରି ନପାରି ଚାଲି ଯାଇଥିଲା । ବର୍ତମାନ ସେହି ଜମି ରେ “ୱାରି ଏନର୍ଜି ” କମ୍ପାନୀ ତରଫରୁ ଏକ ସୋଲାର ପାର୍ଟସ ” ତିଆରି କାରଖାନା ନିର୍ମାଣ ହେବାକୁ ଯାଉଛି । ସେହି କମ୍ପାନୀ ଅନ୍ୟ ଜମି ହରା ପ୍ରଜା ଙ୍କୁ ବର୍ତ୍ତମାନ ଯେତିକି ବର୍ଦ୍ଧିତ କ୍ଷତି ପୂରଣ ଦେବାକୁ ସ୍ଥିର ହୋଇଛି ସେହି ପରିମାଣ ର ବର୍ଦ୍ଧିତ କ୍ଷତି ପୂରଣ ଶ୍ରୀ ଜିଉ ଙ୍କ ଟ୍ରଷ୍ଟ ଖାତା କୁ ଆସିବା ଦରକାର ।ତେଣୁ ସେହି ବର୍ଦ୍ଧିତ କ୍ଷତି ପୂରଣ ଟଂକା କୁ ତୁରନ୍ତ ଟ୍ରଷ୍ଟ ଆକାଉଣ୍ଟ ରେ ଜମା କରାଯିବା ପାଇଁ ବିହୀତ ନିର୍ଦ୍ଦେଶ ପ୍ରଦାନ କରାଯାଉ । କଲିକତା ର ସିଇଏସସି କମ୍ପାନୀ ତାର ସି ଏସ ଆର ଫଣ୍ଡ ରୁ କପିଳାସ ପୀଠ ରେ ୨୦୧୨ ମସିହା ରେ ପ୍ରାୟ ୩ କୋଟି ୫୦ ଲକ୍ଷ୍ ଟଙ୍କା ବ୍ୟୟ ରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟ୍ରଂ।ନସଫର୍ମର ସ୍ଥାପନ କରିଥିଲା ଯାହା ଫଳରେ କପିଳାସ ରେ ବିଦ୍ୟୁତ୍ କରଣ ର ସୁବିଧା ହୋଇ ପାରିଥିଲା ।ସେହିପରି “ୱାରି କମ୍ପାନୀ” ତରଫ ରୁ ତାର ସି ଏସ ଆର ଫଣ୍ଡ ରୁ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠି ରୁ କପିଳାସ ପୀଠ ସମେତ ଦେବସଭା ପୀଠ ପର୍ଯ୍ୟନ୍ତ ଆଲୋକି କରଣ କରିବାକୁ ଏକ “ସୋଲାର ପାୱାର ଷ୍ଟେସନ” ର ନିର୍ମାଣ କରିବାକୁ ଆମ୍ଭେ ପ୍ରସ୍ତାବ ଦେଉଛୁ । ଏହି ପ୍ରସ୍ତାବ କୁ କାର୍ଯ୍ୟକାରୀ କରିବା ପାଇଁ ସଂପୃକ୍ତ କମ୍ପାନୀ ଙ୍କୁ ବିହୀତ ନିର୍ଦ୍ଦେଶ ଦିଆଯାଉ ।କପିଳାସ ର ପାଦ ଦେଶ ରେ ଢେ଼ଙ୍କାନାଳ – ମନ୍ଦାର ରାସ୍ତା ପାର୍ଶ୍ବ ରେ ଶ୍ରୀ ଶ୍ରୀ ଜିଉ ଙ୍କ ର ୧୨୦୦ ଏକର ପରିମିତ ଏକ ଉଜୁଡ଼ା କାଜୁ ଜଙ୍ଗଲ ଅଛି ।ସେଥିରୁ ଶ୍ରୀ ଜିଉ ଙ୍କ ର ପ୍ରାୟ କିଛି ରୋଜଗାର ହେଉନାହିଁ ।ସେହି ଜମି ର କିଛି ଅଂଶ ରେ ମହୀଶୂର ର “ବୃନ୍ଦାବନ ଗାର୍ଡେନ ” ଢାଞ୍ଚା ରେ ଏକ ପର୍ଯ୍ୟଟନ ସ୍ଥଳୀ ର ନିର୍ମାଣ କରାଗଲେ ସେଠାରୁ ଶ୍ରୀ ଜିଉ ଙ୍କ ପ୍ରଭୂତ ଆୟ ବଢିବା ସଙ୍ଗେ ସଂଗେ କପିଳାସ କୁ ପର୍ଯ୍ୟଟକ ଙ୍କ ସଂଖ୍ୟା ବୃଦ୍ଧି ହେବା ସାଙ୍ଗେ ସ୍ଥାନୀୟ ବେକାର ଯୁବକ ଯୁବତୀ ମାନେ ରୋଜଗାର ର ବିଭିନ୍ନ ବାଟ ପାଇ ପା ର ନ୍ତେ ।ଏହି ପ୍ରକଳ୍ପ କୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ପର୍ଯ୍ୟଟନ ବିଭାଗ କୁ ବିହୀତ ନିର୍ଦ୍ଦେଶ ପ୍ରଦାନ କରାଯାଉ । କପିଳାସ ପୀଠ କୁ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବାରୁ କପିଳାସ ପୀଠ ଓ ତାର ପାଦ ଦେଶ ରେ ଏକ ୨୦୦ ସଂଖ୍ୟା ବିଶିଷ୍ଟ ସ୍ଥାୟୀ ମାର୍କେଟ କମ୍ପ୍ଲେକ୍ସ ର ନିର୍ମାଣ କରାଗଲେ ବର୍ତ୍ତମାନ ଯେଉଁଭଳି ଭାବେ ଅବ୍ୟବସ୍ତିତ ଭାବେ ଦୋକାନ ବଜାର ଖୋଲିଛି ତାହା ଏକ ବ୍ୟବସ୍ଥିତ ଢଙ୍ଗ ରେ ହୋଇ ପରିବା ସଙ୍ଗେ ସଂଗେ କପିଳାସ ର ମନୋରମ ପରିବେଶ ର ସୁରକ୍ଷା କରାଯାଇ ପାରନ୍ତା ।ଏଥି ପାଇଁ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଓ ସାଂସଦ ମହାଶୟ ବିହୀତ ଦୃଷ୍ଟି ଦେଇ କୌଣସି କେନ୍ଦ୍ରୀୟ ସଂସ୍ଥା କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ ।କପିଳାସ ପୀଠ କୁ ଅନେକ ଶ୍ରଦ୍ଧାଳୁ ଆସୁଥିବାରୁ ପୀଠରେ ରାତ୍ରି ରହିବା ଭଳି କୌଣସି ଆନୁ ସଙ୍ଗିକ ବ୍ୟବସ୍ଥା ନଥିବାରୁ କପିଳାସ ପୀଠ ରେ ରଜୁଡ଼ା ଅମଳ ରୁ ଥିବା ଧର୍ମଶାଳା ଛାତ ଉପରେ ଏକ ୨୦୦ ଶଯ୍ୟା ବିଶିଷ୍ଟ “ଭକ୍ତ ନିବାସ ” ନିର୍ମାଣ କରିବା, ଏକ ୫୦୦ ଯାନ ରହିବା ଭଳି ଏକ ଗାଡି ପାର୍କିଂ ଓ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ମାନ୍ୟବର ମନ୍ତ୍ରୀ ପଦକ୍ଷେପ ନିଅନ୍ତୁ । କପିଳାସ ପୀଠ ର ଝରଣା ଜଳ କୁ ସଂରକ୍ଷିତ କରିବା ପାଇଁ କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ ଏକ ୧ ଲକ୍ଷ ଲିଟର କ୍ଷମତା ସମ୍ପନ୍ନ ପାଣି ଟାଙ୍କି ର ନିର୍ମାଣ କରିବା ସାଙ୍ଗେ ସଙ୍ଗେ ବ୍ୟବହୃତ ଝରଣା ଜଳ କୁ ଅଲେଖ ମଠ ପାଖରେ ସଂରକ୍ଷିତ ରଖିବା ପାଇଁ ଏକ ଜଳାଶୟ ନିର୍ମାଣ କରିପାରିଲେ ସେଠାରୁ ପାହାଚ ରାସ୍ତା ରେ ପାନୀୟ ଜଳ ର ଯୋଗାଣ ହୋଇ ପାରିବ ଯାହା ଦ୍ଵାରା ପୀଠ କୁ ପାହାଚ ବାଟ ଦେଇ ଆସୁଥିବା ଶ୍ରଦ୍ଧାଳୁ ମାନେ ଉପକୃତ ହୋଇ ପରାନ୍ତେ । କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ ତରଫରୁ କପିଳାସ ପୀଠ ରେ ଏକ “ଶିଶୁ ଉଦ୍ୟାନ ” ନିର୍ମାଣ କରାଯିବା ସଙ୍ଗେ ସଙ୍ଗେ ଏକ ୨୦୦ ସିଟ କ୍ଷମତା ପ୍ରାପ୍ତ ଏକ “ପ୍ରେଖ୍ୟାଳୟ” ର ନିର୍ମାଣ କରିବା ସହ ଅତି କମ୍ ରେ ୫୦୦ ସହ ଶ୍ରଦ୍ଧାଳୁ ବସିବା ଭଳି ସ୍ଥାୟୀ ବେଞ୍ଚ ର ବନ୍ଦୋବସ୍ତ କରାଯିବାକୁ ବିହୀତ ନିର୍ଦ୍ଦେଶ ଦିଆଯାଉ । କପିଳାସ ପୀଠ ରେ” ପ୍ରତ୍ନତତ୍ତ୍ଵ ବିଭାଗ” ଦ୍ଵାରା ଅତି କମରେ ୫ ଟି ସାମୁହିକ ଶୌଚାଳୟ ନିର୍ମାଣ ସହ ପୀଠ ପରିସର ରେ ପର୍ଯ୍ୟାପ୍ତ ବିଦ୍ୟୁତିକରଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ । ଯାହା କପିଳାସ ପୀଠ ର ପରିବେଶ ର ସୁରକ୍ଷା ରେ ସହାୟକ ହୋଇ ପାରିବ ।ଏହି ଦାବି ଗୁଡ଼ିକ ଉପରେ ଏକ ଆଲୋଚନା କପିଳାସ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଏକ ସ୍ଵତନ୍ତ୍ର ବୈଠକ କରିଥିଲେ ।ଏହି ବୈଠକ ରେ ଢେ଼ଙ୍କାନାଳ ଜିଲ୍ଲାପାଳ ଙ୍କ ସମେତ ରାଜ୍ୟ ପ୍ରତ୍ନତତ୍ତ୍ଵ ଅଧିକାରୀ , ମାନ୍ୟବର ସାଂସଦ ରୁଦ୍ର ନାରାୟଣ ପାଣି, ଜିଲ୍ଲାର ବିଧାୟକ ବୃନ୍ଦ ବିଭୁତି ପ୍ରଧାନ,ଶତ୍ରୁଘ୍ନ ଜେନା,ସୀମା ରାଣୀ ନାୟକ ଓ ଅନୁଗୁଳ ର ବିଧାୟକ ପ୍ରତାପ କୁମାର ପ୍ରଧାନ ଉପସ୍ଥିତ ଥିଲେ । ” କପିଳାସ ସୁରକ୍ଷା ପରିଷଦ ” ର ସମସ୍ତ କାର୍ଯ୍ୟକର୍ତ୍ତା ଓ ଉପଦେଷ୍ଟା ବୃନ୍ଦ ଏହି ବୈଠକ ରେ ଉପସ୍ଥିତ ଥିଲେ । ସଭା ଶେଷରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଧନ୍ୟବାଦ୍ ଅର୍ପଣ କରିଥିଲେ।