ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଗ୍ରାମବାସୀଙ୍କ ପାଇଁ ଉଚ୍ଚ ରକ୍ତଚାପ ପରୀକ୍ଷା ଶିବିର ଅନୁଷ୍ଟିତ !

୬ଟିଗାଁର ୨୩୩ ଜଣ ବ୍ୟକ୍ତି ଶିବିର ରକ୍ତଚାପ ପରୀକ୍ଷା କରାଇଥିଲେ..

ଢ଼େଙ୍କାନାଳ : ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଅବସରରର ଟାଟା ଷ୍ଟି ଲ ଫାଉଣ୍ଡେସନ ପକ୍ଷରୁ ରକ୍ତଚାପ ପରୀକ୍ଷା ଶିବିର ଆୟୋଜିତ କରାଯାଇଥିଲା । ଢେଙ୍କାନାଳର ନରେନ୍ଦ୍ରପୁର ସ୍ଥିତ ଟାଟା ଷ୍ଟି ଲ ମେରାମୁଣ୍ଡଳୀ କାରଖାନାର ନିକଟରର ଥିବା ହିନ୍ଦୋଳ ଏବଂ ଓଡାପଡା ବ୍ଲକ୍ ର ଆଖପାଖ ୬ଟିଗାଁର ଏଇ ଶିବିର ଅନୁଷ୍ଟିତ
ହୋଇଥିଲା। ଡାକ୍ତର ପ୍ରଜିତ ବାନାର୍ଜୀ, ଡାକ୍ତର ସୁଭେଚ୍ଛା ମହାନ୍ତି ନିଜ ସହଯୋଗୀଙ୍କ ସହ ଶିବିରରେ ଉପସ୍ଥିତ ରହି
ଲୋକମାନଙ୍କ ସ୍ୱାସ୍ଥ୍ୟବସ୍ଥା ପରଖିବା ସହ ସେମାନଙ୍କ ରକ୍ତଚାପ ପରୀକ୍ଷା କରିଥିଲେ। ଉଚ୍ଚ ରକ୍ତଚାପ ହୃଦରରାଗର ପ୍ରମୁଖ କାରଣ ହୋଇଥିବାରୁ ଏହାର ନିରାକରଣ କିପରି କରାଯାଇପାରିବ ସେ
ସମ୍ପର୍କରେ ଶିବିରରେ ଉପସ୍ଥିତ ରହିଥିବା ସ୍ୱାସ୍ଥ୍ୟ କର୍ମୀ ଲୋକମାନଙ୍କୁ ବୁଝେଇଥିଲେ । ଡାକ୍ତର ବାନାର୍ଜୀ ଏବଂ
ଡାକ୍ତର ମହାନ୍ତିଙ୍କ ଦଳରର ରହିଥିବା ସ୍ୱାସ୍ଥ୍ୟ କେଜୀ ସଦୀପ ସୁନ୍ଦର ବେହରା, ଫକୀର ମୋହନ ପାତ୍ର, ସଂଘମିତ୍ରା ନାଗ
ଏବଂ ନର୍ମଦା ପଲେଇ ଉଚ୍ଚ ରକ୍ତଚାପରର ପିଡିତ ଥିବା ବ୍ଯକ୍ତିମାନଙ୍କୁ ନିଜ ଖାଦ୍ୟପେୟ ଏବଂ ଜୀବନଶୈଳୀର
ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଥିଲେ । ଏଇ ଶିବିର ସର୍ବମୋଟ୨୩୩ ବ୍ୟକ୍ତିଙ୍କ ରକ୍ତଚାପ ପରୀକ୍ଷା କରାଯାଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାଇ(ଡବ୍ଲୁଏଚଓ), ଉଚ୍ଚ ରକ୍ତଚାପ ଅକାଳ ମୃତ୍ୟୁର ଏକ ପ୍ରମୁଖ କାରଣ । ସେଥିପାଇଁ ଉଚ୍ଚ ରକ୍ତଚାପର ସମ୍ପୂର୍ଣ୍ଜ ନିରାକରଣ କରିବାକୁବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲକ୍ଷ୍ୟ ରଖିଛି। ଉଚ୍ଚ ରକ୍ତଚାପ ବ୍ୟତିତ ବିଶ୍ୱର ଏଇ ପ୍ରମୁଖ ସଂଗଠନ ମେଲେରିଆ, ଯକ୍ଷ୍ମା, ଏଚଆଇଭି ଏଡ୍ସ/ ଏଭଳି ଅସାଦ୍ଧ୍ୟ ରୋଗର ନିରାକରଣ ଏବଂ ମାତୃ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇ ବିଭିନ୍ନ ସେ ରର ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିଆସୁଛି।

Leave A Reply

Your email address will not be published.

fifteen − eleven =