ବେସରକାରୀ ଜମିରୁ ଦିନ ଦୁଇପହର ରେ ମାଟି ଚୋରୀ : ଥାନାରେ ଅଭିଯୋଗ କଲେ ଜମି ମାଲିକ !

ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲ ଅନ୍ତର୍ଗତ ମୃଦଙ୍ଗା ମୌଜାରେ ଦିନ ଦ୍ବିପ୍ରହରରେ ଜେସିବି ମେସିନ ଲଗାଇ ଟ୍ରାକ୍ଟର ସହାୟତାରେ  ମାଟି ଚୋରୀ କରି ନେଇଥିବା ଅଭିଯୋଗ ହୋଇଛି  I ଏକତାଳୀ ଗ୍ରାମର ଯୁଗଳ କିଶୋର ସାହୁ ପରିବାର ସହିତ ବନ୍ଧୁଘର ଯାଇଥିବାବେଳେ ଜମି ମାଲିକ ଅନୁପସ୍ଥିତି ଫାଇଦା ନେଇ ଠିକାଦାର ତାଙ୍କର ତଇଳା ଜମିରୁ ୫ ଫୁଟ ଗର୍ତ୍ତ କରି ପ୍ରାୟ ୩ ଗୁଣ୍ଠ ଜାଗାରୁ ମାଟି ତାଡି ନେଇଥିବା ଜଣାପଡିଛି । ତେବେ ଏହି ଜୈନିକ ଠିକାଦାର ଟ୍ରାକ୍ଟର ସହାୟତାରେ ବୁହାଯାଇଥିବା ଏହି ମାଟିକୁ ମୃଦଙ୍ଗା ଖେଳ ପଡିଆ ନିର୍ମାଣ ପାଇଁ ମାଟି ଚୋରୀ କରୁଥିବା ଭୁବନ ଥାନାରେ  ଅଭିଯୋଗ ହୋଇଛି। ସେହିପରି ଏହି ମାଟି ଚୋରୀ ଘଟଣାରେ ପ୍ରାୟ ୫ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବାବେଳେ ଏହି ମାଟି ଚୋରୀ କରୁଥିବା ଠିକାଦାରକୁ ଗିରଫ କରିବା ସହିତ ବ୍ଯବହାର ହୋଇଥିବା ଗାଡିକୁ ଜବତ କରିବା ପାଇଁ ଜମି ମାଲିକ ଯୁଗଳ କିଶୋର ସାହୁ ଭୁବନ ଥାନାରେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.

five × four =