ଢେଙ୍କନାଳ : ଭୁବନ ତହସିଲ୍ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ର ସଂରକ୍ଷିତ କାଜୁ ଜଙ୍ଗଲ ଏବେ ଅସୁରକ୍ଷିତ ଅବସ୍ତାରେ I ସଂରକ୍ଷିତ କାଜୁ ଜଙ୍ଗଲ ପାଖା ପାଖି ୨୦ ଏକରରୁ ଉର୍ଦ୍ଧ ହେବ I ପଞ୍ଚାୟତ ଅଧୀନରେ ଥିବାରୁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ର ରାଜସ୍ୱ ମଧ୍ୟ ଆଦାୟ ହେଉଛି I ଦିନକୁ ଦିନ କାଜୁ ଗଛ ହ୍ରାସ ପାଉଥିବାରୁ ପଞ୍ଚାୟତ ରାଜସ୍ୱ ମଧ୍ଯ ହ୍ରାସ ପାଇ ଆସିଲାଣି I କିଛି ଲୋକମାନେ ଦୈନିକ କାଜୁ ଗଛ କାଟି ପଦା କରିଦେଲେଣି ଦିନକ ପାଇଁ ବି ବନ ବିଭାଗର ଦେଖା ମିଳୁନି କି ସ୍ତାନୀୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି I ଏପଟେ କିଛି ଲୋକ ପ୍ରଥମେ ବାଡ ଦେଉଛନ୍ତି ପରେ ଚାଳ ଛପର ନହଲେ ଆଜବେଷ୍ଟସ୍ ପକାଇ ଘର ତିଆରି କରୁଛନ୍ତି I କହିବାକୁ କେହି ନାହାନ୍ତି କି ରୋକିବାକୁ କେହି ନାହାନ୍ତି ଆଉ କିଛିଦିନ ପରେ ବସ୍ତି ତିଆରି ହୋଇଯିବ ବୋଲି ଜଣାପଡିଛି I ରାଜସ୍ୱ ବିଭାଗ ଜାଣି ନଜାଣିଲା ପରି ମନେ ହେଉଛି I ଆଉ କିଛି ମାଫିଆ ମାନେ ରାତିରେ ମୋରମ ତାଡି ଚାଲାଣ କରିବା ଆରମ୍ଭ କରିଦେଲେଣି କାଜୁ ଜଙ୍ଗଳ ଚତୁଃପାର୍ଶ୍ଵ ରେ ଛୋଟ ଛୋଟ ପୋଖରୀ ସ୍ରୁଷ୍ଟି ହୋଇଗଲଣି I ସଂରକ୍ଷିତ ଜଙ୍ଗଳ ଭିତରେ ମୋରମ ଚୋରା ଚାଲାଣ ହେଉଛି ରାଜସ୍ୱ ନିରୀକ୍ଷକ ଜାଣିନାହାଁନ୍ତି ପୁଣି କାର୍ଯ୍ୟାଳୟ ଠାରୁ ମାତ୍ର ୫୦୦ମିଟର ଦୂରରେ ହେବ ମୋରମ ଚୋରୀ ହେଉଛି I ଏତେ ସବୁ ଭିତରେ ଜଙ୍ଗଳ କୁ ସୁରକ୍ଷା ଦେବାରେ ଦାୟିତ୍ଵ କାହାର ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି I ସ୍ତାନୀୟ ପ୍ରଶାସନ ଠୁ ଆରମ୍ଭ କରି ରାଜ୍ଵସ ବିଭାଗ ନା ବନ ବିଭାଗର ବି ନଜରରେ ନଥିଲା ପରି ମନେ ହେଉଛି I ମାର୍ଥାପୁର ରାଜସ୍ୱ ନିରୀକ୍ଷକ ଓ ତହସିଲ୍ ପ୍ରଶାସନ ନଜରକୁ ଆଣିଥିଲେ ମଧ୍ଯ କୋଣସି ବିହିତ ପଦକ୍ଷେପ ଗ୍ରହଣ କରୁନଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି I