ରଥନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ  ଜିଲ୍ଲାପାଳ !

ଢେଙ୍କାନାଳ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଗଡ଼ାରେ ରଥନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ଏହାର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ସେଠୀ।

ଜିଲ୍ଲାପାଳ  ମୁଖ୍ୟ ମହାରଣାଙ୍କ ସହ ଆଲୋଚନା କରିବା  ସହନିର୍ଧାରିତ ସମୟରେ କାମଶେଷ କରିବାକୁ କହିଛନ୍ତି ।ଅନ୍ୟପଟେ ରଥ ପାଇଁ କାଠର ଅଭାବ ଦେଖାଦେଇଛି। ଏହା ଜଣାପଡ଼ିବା ପରେ ତୁରନ୍ତ ଆବଶ୍ୟକକାଠ ଯୋଗାଇ ଦେବାକୁ ଜିଲ୍ଲାପାଳ  ସହକାରୀ ବନ ସଂରକ୍ଷକଙ୍କୁ ନିର୍ଦେଶ  ଦେଇଛନ୍ତି। ଘୋଷଯାତ୍ରାରେ ନୀତିପରିଚାଳନାରେ  ଯେପରି କୌଣସିବିଭ୍ରାଟ ନ ହୁଏ, ସେଥିଲାଗ ଗୁରୁତ୍ୱ ଦିଆଯାଉଛି। ଏଥିସହ ଯାତ୍ରାରେ ଆଲୋକ ବ୍ୟବସ୍ଥା, ରଥ ଘରନବୀକରଣ ବିଷୟରେ ଆଲୋଚନା କରାଯାଇଛି।

ବୈଠକରେ ଯୁବରାଜ ଅମର ଜ୍ୟୋତି ସିଂଦେଓ, ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର, ଉପଜିଲ୍ଲାପାଳ  ସ୍ନିଗ୍ଧାରାଣୀ ଧଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ  ଡା. ଅଶୋକ କୁମାର ଦାଶ, ସଦର ଏସ୍‌ଡିପିଓ ସୂର୍ଯ୍ୟମଣିପ୍ରଧାନ, ପୌର ନିର୍ବାହୀଅଧିକାରୀ  ତରୁଣ କୁମାର ମହାପାତ୍ରଙ୍କ ସମେତ ଦେବୋତ୍ତର ବିଭାଗ, ବନ ବିଭାଗର ପଦସ୍ଥ ଅଧିକାରୀ  ଓ କର୍ମଚାରୀ  ଉପସ୍ଥିତ ରହି ସମିକ୍ଷା କରିଥିଲେ ।

Leave A Reply

Your email address will not be published.

9 + 20 =