ଭୁବନ ରେ ଶିବ ପାର୍ବତୀ ବିବାହ ସମ୍ପନ୍ନ: ବାଈ ନାଚ ସାଙ୍ଗକୁ ବାଜା ବାଣ ରେ ଦୁଲୁକିଲା ସହର !

ଢ଼େଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ରେ ଶିବ ପାର୍ବତୀ ବିବାହ ବିପୁଳ ଉତ୍ସାହ ଉଦ୍ଦୀପନା ଓ ଆନନ୍ଦ ଉଲ୍ଲାସ ସହ
ସମ୍ପନ୍ନ ହୋଇଯାଇଛି।

ଢେଙ୍କାନାଳ ଜିଲ୍ଲା ର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ବାବା ବୁଦ୍ଧେଶ୍ଵର ଙ୍କ ମାତା ପାର୍ବତୀ ଦେବୀ ଙ୍କ ବିବାହ କାର୍ଯ୍ୟରେ ଇଞ୍ଜିନିୟର ଦେବେନ୍ଦ୍ର ପୃଷ୍ଟି ଓ ତାଙ୍କ ପତ୍ନୀ ଭାଗ୍ୟଶ୍ରି ରାଉତ କନ୍ୟା ପିତା ମାତା ସାଜିଥିବା ବେଳେ ନୂଆ ବଜାର ବଣିକ ସଂଘ ସଂପାଦକ ବସନ୍ତ କୁମାର ପୋଥାଳ ଓ ତାଙ୍କ ପତ୍ନୀ ଆରତୀ ପୋଥାଳ ବର ପିତା ମାତା ସାଜି ଦେବ ବିବାହ କରାଇଥିଲେ ।

ଅପରାହ୍ନ ୪ ଘଟିକା ସମୟ ରେ ବାଟ ବରଣି କରାଯାଇଥିଲା ଓ ସନ୍ଧ୍ୟା ୭ ଘଟିକରେ ବ୍ରାହ୍ମଣୀ ଦେବୀ ଛକରୁ ମହେଦେବ ଙ୍କ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ମନ୍ଦିର ପରିଚାଳନା କମିଟି ସଭାପତି ସନାତନ ସାହୁ ଓ ନଗରପାଳ ଶୁଭେନ୍ଦୁ ସାହୁ ଙ୍କ ତତ୍ତ୍ଵାବଧାନରେ ପ୍ରାୟ ୨ ହଜାର ରୁ ଉର୍ଦ୍ଧ୍ବ ଶୈବ ଭକ୍ତ ବରଯାତ୍ରୀ ସାଜିଥିଲେ ।

ପ୍ରଥମ ଥର ପାଇଁ ଆକର୍ଷଣୀୟ ବାଈ ନାଚ ଆୟୋଜନ କରାଯାଇଥିଲା ,ଯାହାକି ଅତ୍ୟନ୍ତ ମନମୁଗ୍ଧକର ହୋଇଥିଲା । ବାଈ ନାଚ ସାଙ୍ଗକୁ ବାଜା ,ବାଣ , ଡିଜେ ସାଉଣ୍ଡ ,ମହିଳା, ପୁରୁଷ ସଙ୍କୀର୍ତ୍ତନ ରେ ସହର ଦୁଲୁକିଥିଲା । ରାତ୍ର ୧୧ ଘଟିକା ରେ ବରଯାତ୍ରୀ ସହ ବୂଦ୍ଧେଶ୍ୱର୍ ମହାଦେବ ମନ୍ଦିର ରେ ପହଞ୍ଚିବା ପରେ ବିବାହ କାର୍ଯ୍ୟ ଅନୁଷ୍ଟିତ ହୋଇଥିଲା । ଭୁବନ ର ଅନ୍ୟତମ ପ୍ରାଚୀନ ଶୈବ ପୀଠ ବାବା କାଶୀ ବିଶ୍ଵନାଥ ଙ୍କ ମନ୍ଦିର ( ଛତା ମଠ) ରେ ମଧ୍ୟ ଶିବ ବିବାହ ଅନୁଷ୍ଠିତ ହୋଇଯାଇଛି।

ଚଳିତ ବର୍ଷ ଢେ଼ଙ୍କାନାଳ ଜିଲ୍ଲା ମହିଳା ବିଜେଡି ସଭାପତି ସାଗରିକା ମିଶ୍ର , ଇଞ୍ଜିନିୟର ମନୋରଞ୍ଜନ ପତି ବର ମାତା ପିତା ଓ ବନିତା ପୃଷ୍ଟି ସରୋଜ ପୃଷ୍ଟି କନ୍ୟା ମାତା ପିତା ସାଜି ବିବାହ କରାଇଥିଲେ। କାଶୀ ବିଶ୍ଵନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ହରିହର ସାହୁ ଙ୍କ ତତ୍ତ୍ଵାବଧାନରେ ସନ୍ଧ୍ୟା ରେ ଦେବ ଦମ୍ପତି ଙ୍କ ସହର ପରିକ୍ରମା କରାଯାଇଥିଲା ।

Leave A Reply

Your email address will not be published.

six + seven =