ହିନ୍ଦୋଳ;ଆଶିଷ ଭୂତିଆ ଓଡ଼ିଶା ଯୁବ ଜାତୀୟ ଭଲିବଲ ଦଳ ପାଇଁ ମନୋନୀତ !

ଢ଼େଙ୍କାନାଳ: ହିନ୍ଦୋଳ ସର୍ପା ରଘୁନାଥ ପୁର ଗ୍ରାମର ଆକୁଳ‌ ଭୂତିଆ ଙ୍କ ପୁତ୍ର ଆଶିଷ ଭୂତିଆ(୨୦) ହିନ୍ଦୋଳ ମହାବିଦ୍ୟାଳୟ ଖଜୁରିଆକଟାରେ ଉଚ୍ଚଶିକ୍ଷା ଅଧ୍ୟୟନ କରିଥିଲେ।

ସେ ଦୀର୍ଘ ୬/୭ ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରି ଭଲିବଲ୍ ଖେଳ ଜାରି ରଖିଥିବା ବେଳେ ଓଡ଼ିଶା ଯୁବ ଜାତୀୟ ଭଲିବଲ୍ ଦଳ ପାଇଁ ମନୋନୀତ ହୋଇ ଆଜି ଠାରୁ ଉତ୍ତରପ୍ରଦେଶର ରୁଦ୍ରପୁର ଠାରେ ଆରମ୍ଭ ହୋଇଥିବା ୨୩ତମ ଯୁବ ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ ପ୍ରତିଯୋଗିତା ରେ ଯୋଗ ଦେଇଛନ୍ତି।
ଏହି ଚାମ୍ପିଅନସିପ୍ ପ୍ରତିଯୋଗିତା ୧୧ ରୁ ୧୬ ଏପ୍ରିଲ୍ ୨୦୨୨ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ରୁଦ୍ରପୁର ଠାରେ ୨୩ ତମ ଯୁବ ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ ଅନୁଷ୍ଠିତ ହେବ। ଆଶିଷ ଓଡ଼ିଶା ଯୁବ ଜାତୀୟ ଭଲିବଲ୍ ଦଳରେ ମନୋନୀତ ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ବେଶ୍ ଖୁସି ଅନୁଭବ କରିଛନ୍ତି।ଢ଼େଙ୍କାନାଳ ଜିଲ୍ଲା ଏବଂ ସାରା ଓଡ଼ିଶାର ଗର୍ବ ଆଉ ଗୈାରବ ବୋଲି ଅଞ୍ଚଳବାସୀ କହିଛନ୍ତି। ଆଶିଷ ଙ୍କ ପରିବାର ମଧ୍ୟ ଏ ଖବର ଶୁଣି ଅତ୍ୟନ୍ତ ଆନନ୍ଦିତ ଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.

eight + eighteen =