ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ୩୪ ତମ ବାର୍ଷିକୋତ୍ସବ ଅନୁଷ୍ଠିତ !

ଢ଼େଙ୍କାନାଳ : ଭୁବନ ସହରର ସର୍ବପ୍ରଥମ ବେସରକାରୀ ବିଦ୍ୟାଳୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ୩୪ ତମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହୃଷିକେଶ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରି ଉପସ୍ଥିତ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଥରଲେ ଯେ , ସାଧନା କଲେ ସିଦ୍ଧି ମିଳେ , ସାଧନା ଅର୍ଥାତ  ପିଲା ମାନେ ନିଷ୍ଠା , ଏକାଗ୍ରତା ଓ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି  କଠିନ ଅଧ୍ୟୟନ କଲେ ସଫଳତା ନିଶ୍ଚିତ ମିଳିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସାଂସଦ ମହେଶ ସାହୁ କହିଥରଲେ ଯେ , ପ୍ରକୃତରେ ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ର ହିଁ ବାସ୍ତବରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର । କାରଣ ଯୋଗ ଠାରୁ ଆଧ୍ୟାତ୍ମିକ ଶିକ୍ଷା କେବଳ ଏହିଠାରେ ହିଁ ଦିଆଯାଇଥାଏ । ଅନ୍ୟତମ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ,ଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଯୋଗଦେଇଥିଲେ ।  ସଂପାଦକ ବିଶ୍ୱ ଭୂଷଣ ବେହେରା ବିଦ୍ୟାଳୟର ସଫଳତା ବର୍ଣ୍ଣନା କରିବା ସହ ଅଭାବ , ଅସୁବିଧା ସଂପର୍କରେ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚଳିତ ଶିକ୍ଷାବର୍ଷର ଶ୍ରେଷ୍ଠ ଛାତ୍ରୀ ଲିପ୍ସାରାଣୀ ସାହୁ ଓ ଜାତୀୟ ସ୍ତରର ହାଣ୍ଡବଲ ଖେଳାଳି ଶ୍ୱେତପଦ୍ମା ସାହୁ ଙ୍କୁ ମୁଖୟଅତିଥି ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଦିନବନ୍ଧୁ ବେହେରା ସ୍ୱାଗତଭାଷଣ , ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷନ ହୋଇଥିଲା ।ପରିଚାଳନା କମିଟି ର ମୁଖ୍ୟ ଉପଦେଷ୍ଟା ବାଳକୃଷ୍ଣ ସାହୁ ,ଉପସଭାପତି ବ୍ରହ୍ମାନନ୍ଦ ସାହୁ , ସଭ୍ୟ ବେଣୁଧର ଗୁରୁ  , ଗଣେଶ ଚନ୍ଦ୍ର ମେହେଣା , ବାସୁଦେବ ସାହୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ । 

Leave A Reply

Your email address will not be published.

12 − 9 =