ବିପଦ ଶଙ୍କୁଳ ଅବସ୍ଥାରେ ରାସ୍ତା କଡସ୍ଥ ଶୁଖିଲା ଗଛ : ଆଖି ପିଛୁଳାକେ ଜୀବନ ଯିବ  !

ଢେଙ୍କାନାଳ -କପିଳାସ ମୁଖ୍ୟ ରାସ୍ତା ଅନ୍ତର୍ଗତ ଭଗବାନପୁର ରାସ୍ତା କଡରେ ଏକ ବିରାଟ ଲମ୍ବା ଶୁଖିଲା ଥୁଣ୍ଟା ଗଛ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି । ଗଛଟି ବହୁତ ଦିନ ହେଲା ମରି ଯାଇଥିବା ବେଳେ ବର୍ଷା ପାଣି ଖାଇ ଦୁର୍ବଳ ହେବାରେ ଲାଗିଛି l

ଉକ୍ତ ଗଛଟି ପବନରେ କେତେବେଳେ ଯେ ଭାଙ୍ଗି ପଡି ବିପଦ ସୃଷ୍ଟି କରିବ ତାହା କହି ହେଉନି । ଉକ୍ତ ମୁଖ୍ୟ ସଡକ ଦେଇ ଶତାଧିକ ଯାନବାହାନ ଚଳାଚଳ ସାଙ୍ଗକୁ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଯାତାୟାତ କରନ୍ତି ।

ରାସ୍ତା କଡରେ ବିରାଟ ଶୁଖିଲା ଗଛଟି କୌଣସି କାରଣରୁ ଭାଙ୍ଗି ପଡିଲେ ଅଜାଣତରେ ଯିବା ଆସିବା କରୁଥିବା ଯାନବାହନ , ଛାତ୍ରଛାତ୍ରୀ ଓ ଜନସାଧାରଣ ବିପଦର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି । ତେଣୁ, ଭବିଷ୍ୟତରେ ସମ୍ଭାବ୍ଯ ବିପଦକୁ ଏଡାଇବା ସକାଶେ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପ୍ରତିକାର ବ୍ଯବସ୍ଥା ଗ୍ରହଣ କରିବାକୁ ଜନସାଧାରଣ ଅନୁରୋଧ କରିଛନ୍ତି   l

Leave A Reply

Your email address will not be published.

2 × five =