ଶ୍ରୀରାମ ଜାନକୀ ବିଶ୍ୱ କଲ୍ୟାଣ ସମିତି ତରଫରୁ ଏକ ବୈଠକ ଅନୁଷ୍ଠିତ !


ଢେଙ୍କାନାଳ :  ଭାରତ ମାତା ସେବାନୁଷ୍ଠାନ, ଢେଙ୍କାନାଳ ଆନୁକୂଲ୍ୟରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରାଷ୍ଟ୍ରୀୟ ନବବର୍ଷ ଉତ୍ସବ ପାଳିତ ହୋଇଯାଇଛି ।

ଉତ୍ସବକୁ ଅନୁଷ୍ଠାନର ସଭାପତି ଇଂ.ବାବୁଚାନ୍ଦ ମହାଳିକ ସଭାପତିତ୍ୱ କରିବା ସହିତ ସ୍ୱାଗତ ଅଭିଭାଷଣ ରଖିଥିଲେ । ମୁଖ୍ୟ ଅତିଥି ଭାବେ ଚାମ୍ବରସ ଅଫ କମର୍ସ ର ସଭାପତି ରାଜେନ୍ଦ୍ର ଦାସ ହିନ୍ଦୁଚା ଉପସ୍ଥିତ ରହି ଭାରତ ର ସଂସ୍କୃତି ପରମ୍ପରା ବିଷୟରେ ସମ୍ୟକ ଧାରଣା ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ପୂର୍ବତନ ସହ ପ୍ରାନ୍ତ ସଂଘ ଚାଳକ ଶ୍ରୀଯୁକ୍ତ ହେମନ୍ତ କୁମାର ଧର ରାଷ୍ଟ୍ରୀୟ ନବବର୍ଷର ମହତ୍ୱ ଏବଂ ତାର ବୈଜ୍ଞାନିକ ଦିଗ ବିଷୟରେ ଆଲୋଚନା କରିଥିଲେ ।

ଅନୁଷ୍ଠାନ ର ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଯୁଗ୍ମ ସମ୍ପାଦକ ଶ୍ରୀ ପ୍ରମୋଦ ନାଥଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ କୁ ଶ୍ରୀ ଶଶିକାନ୍ତ ଦାସ ସଂଚାଳନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତି ବିଶେଷ ଶ୍ରୀ ପ୍ରଭାକର ରାଉତ ଙ୍କୁ ସେବାପାଇଁ, ଡ଼. ସୁସଂଧ୍ୟା ମହାନ୍ତି ଙ୍କୁ ଶିକ୍ଷା କ୍ଷେତ୍ରରେ ଓ ଥିଙ୍କରସ ଫୋରମ କୁ ସାମାଜିକ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା ।

ଅନୁଷ୍ଠାନ ର ପରିବାର ମିଳନ ରେ ହୋଇଥିବା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ୨୭ ଜଣ ମହିଳା ଓ ବାଲ ପ୍ରତିଯୋଗୀ ଙ୍କୁ ପୁରସ୍କୃତ ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ର ଦ୍ୱିତୀୟ ଭାଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସେନେହ ଡୋରୀ ପରିବାର ଦ୍ୱାରା ଏକ ହସ ଲୁହ ଭରା ପାରିବାରିକ ନାଟକ ” ଡକ୍ଟର ଦୀପାଳି ” ମଂଚସ୍ଥ ହୋଇଥିଲା ।

ଶିଳ୍ପୀ ପରେଶ ପଟନାୟକ ନାଟକର ନିର୍ଦେଶନା ଦେଇଥିଲେ । ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା ସଙ୍ଗୀତ ସଂଯୋଜନା କରିଥିବାବେଳେ ଶ୍ରୀ ମନମୋହନ ତ୍ରିପାଠୀ ପରିଚାଳନା କରିଥିଲେ ।ଦର୍ଶକ ମାନେ ନାଟକଟିକୁ ଭରପୁର ଉପଭୋଗ କରିଥିବା ବେଳେ କଳାକାର ମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ । ଶେଷରେ ସହଭୋଜ ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

Leave A Reply

Your email address will not be published.

11 + 13 =