ଢେଙ୍କାନାଳ : କେନ୍ଦ୍ର ସରକାରରେ ଥିବା ମୋଦି ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡ ପିଛା ୫କେଜି ଚାଉଳ କଟା ଯିବାକୁ ଓଡିଶାରେ ତୀବ୍ର ବିରୋଧ କରିଛି ବିଜୁ ଜନତା ଦଳ । ଏଥି ସହିତ ମାସକୁ ୧୦ କେଜି ଚାଉଲ ବଦଳରେ ହିତାଧିକାରୀଙ୍କୁ ମିଳିବ ୫ କେଜି ଚାଉଳ ।
ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ ଯୋଜନା ବନ୍ଦ କରିଦେବା ଯୋଗୁ ଓଡିଶାର ୩.୨୫ କୋଟି ଲୋକ ପ୍ରଭାବିତ ହେବେ । ଏହା ସହିତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନିରେ ମିଳୁଥିବା ଚାଉଳର ନାମକୁ ପରିବର୍ତନ କରି ଗରିବ ଖାଉଟି ମାନଙ୍କ ସହ ଚଂଚକତା କରୁଛି କେନ୍ଦ୍ର ସରକାର । ଓଡିଶାର ଗରିବ ଲୋକମାନଙ୍କୁ ଭୋକ ଉପାଶରେ ରଖିବା ପାଇଁ ବିଜେପ ସରକାର କରିଛି ଷଡଯନ୍ତ୍ର ।
ଏହାର ଉଚିତ ଯବାବ ଦେବା ପାଇଁ ଗୁରୁବାର ଦିନ ରାଜ୍ୟରେ ଥିବା ସମସ୍ତ ସଦର ମହକୁମା ଜିଲ୍ଲପାଲଙ୍କ କାର୍ଯ୍ୟଳୟ ଠାରେ ବିଜେଡି ତରଫରୁ ପ୍ରତିକ ଧାରଣା ଦିଆଯାଇଥିଲା । ଏହି ଅବସସରେ ଢେଙ୍କାନାଳ ନଗର ସଭାପତି ଇନ୍ଦ୍ରମଣୀ ବେହେରାଙ୍କ ସଭାପତିତ୍ୱରେ ଏକ ଗଣଧାରଣା କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁୁଖରେ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ ଯୋଗଦେଇ କେନ୍ଦ୍ର ସରକାରର ଓଡିଶା ପ୍ରତି ଥିବା ବୈମାତୃକ ମନୋଭାବ ବିଷୟରେ ଟିପଣି ଦେବା ସହ କେନ୍ଦ୍ରରେ ଥିବା ବିଜେପି ସରକାରକୁ କଡା ସମାଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଯୋଗଦେଇ କେନ୍ଦ୍ରରେ ଥିବା ବିଜେପି ସରକାର ଗରିବ ଲୋକଙ୍କ ଭୋକ ପାଇଁ ଭାତ ନାହିଁ । ୫ କେଜି ଚାଉଲକୁ କାଟିଲ କଣ ପାଇଁ?, ଏହାର ଜବାବ ମାଗିବା ସହ ଧାନ କିଣା ଉପରେ ହେଉଥିବା ଦୁର୍ନିତି ସମ୍ପର୍କରେ ଆଲୋଚନାକରି ଚାଷୀ ଧାନ କ୍ରୟ ଓ ଏମଏସ ପି ଉପରେ ଗୁରୁତର ପ୍ରଭାବ ପଡୁଛି ବୋଲି କହିବା ସହ ଚାଷୀଙ୍କ ଉନ୍ନତିପାଇଁ କାର୍ଯ୍ୟ କରିବାକୁ କହିବା ସହ ଯଦି କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ ନ’ କରେ ତେବେ ଆଗାମି ଦିନରେ ଏହାର ଉଚିତ ଜବାବ ଓଡିଶା ବାସୀ ଦେବେ ବୋଲୋ କଡା ଚେତାବନି ଦେଇଥିଲେ । ଶେଷରେ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ନିକଟରେ ପ୍ରଦାନ କରାଯାଇଥିଲା ।