ଭୁବନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଉନ୍ନତ ମାନର ଶିକ୍ଷାଦାନ ଶିଶୁ ମନ୍ଦିର ର ପରିଚୟ ; ସାଂସଦ ମହେଶ ସାହୁ

ଢ଼େଙ୍କାନାଳ: ଭୁବନ ସହର ଉପକଣ୍ଠସ୍ଥ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ୩୩ ତମ ବାର୍ଷିକଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ପରିଚାଳନା କମିଟି ସଭାପତି ପ୍ରଭାତ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଳ୍ପ ଦରମାରେ ଶିଶୁ ମନ୍ଦିରର ଗୁରୁଜୀ , ଗୁରୁମା ଙ୍କ ଉନ୍ନତ ମାନର ଶିକ୍ଷାଦାନ ଓ ପଠନ ଶୈଳୀକୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ସାରା ରାଜ୍ୟରେ ଶିଶୁ ମନ୍ଦିର ନିଜର ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି ବୋଲି ମତବ୍ୟକ୍ତ କରିଥିଲେ ।

ମୁଖ୍ୟବକ୍ତା ଭାବେ ବିଦ୍ୟାଭାରତୀ ର ସହମନ୍ତ୍ରୀ ପୂର୍ବକ୍ଷେତ୍ର ହେମନ୍ତ କୁମାର ପାଣିଗ୍ରାହୀ “ ଶିଶୁ ଗଠନ ଦିଗରେ ଗୁଣାତ୍ମକ ଶିକ୍ଷା” ସଂପର୍କରେ ମାର୍ଗଦର୍ଶନ କରିଥିଲେ । ସମ୍ମାନୀତ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ , ପୁରୀ ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହିନୀ ମହାସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର ଯୋଗଦେଇଥିଲେ । ପ୍ରଧାନ ଆଚାର୍ଯ୍ୟା ଇନ୍ଦୁଲତା ସାହୁ ବାର୍ଷିକ ବିବରଣୀ ପାଠ ମାଧ୍ୟମରେ ବିଦ୍ୟାଳୟର ସଫଳତା ସହିତ ଅଭାବ ଅସୁବିଧା ସଂପର୍କରେ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ପରିଚାଳନା କମିଟି ସମ୍ପାଦକ ଜଗବନ୍ଧୁ ବିହାରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁଗ୍ମ ସମ୍ପାଦକ ନିରଞ୍ଜନ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ୩୩ ଜଣ କୃତୀ ବିଦ୍ୟାର୍ଥୀ ଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଶିଶୁ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତ ଗୁରୁଜୀ , ଗୁରୁମା ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ ।

Leave A Reply

Your email address will not be published.

6 − 4 =