ଭୁବନ ବନବିଭାଗ ଦ୍ବାରା ବିଲୁପ୍ତପ୍ରାଣୀ ସାରିଆପତନୀ ଉଦ୍ଧାର !

ଢ଼େଙ୍କାନାଳ : ଭୁବନ ବନାଞ୍ଚଳ ପକ୍ଷରୁ  ଏକ ସାରିଆପତନୀ ଉଦ୍ଧାର କରାଯାଇଛି। ସାରିଆପତନୀଟିକୁ ନୂଆଭୁବନ ରାସ୍ତା ପାର୍ଶ୍ବରେ ବୁଲା କୁକୁର ଧରି ପକାଇଥିଲେ। ସ୍ଥାନୀୟ ଲୋକମାନେ ଏହି ବିଲୁପ୍ତ ପ୍ରାଣୀକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଥିଲେ। ତେବେ ବନବିଭାଗ ପକ୍ଷରୁ ସାରିଆପତନୀକୁ ପ୍ରାଣୀ ଚିକିତ୍ସଳୟକୁ ନେଇ ଚିକିତ୍ସା କରାଯିବ ବୋଲି ରେଞ୍ଜର ଅନିତା ସେଠୀ ପ୍ରକାଶ କରିଛନ୍ତି।

ତେବେ ଏହା ଆନୁମାନିକ ବୟସ ୪ ବର୍ଷ ହେବବୋଲି ବନବିଭାଗ ପକ୍ଷରୁ ସୁଚନାଦେଇଥିବା ବେଳେ ଅସୁସ୍ଥ ଥିବା ସାରିଆପତନୀକୁ ଭୁବନ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଇବା ପରେ କପିଳାସ ସରକ୍ଷିତ ଜଙ୍ଗଲରେ ଛଡାଯିବ ବୋଲି ବନବିଭାଗ ତରଫରୁ ଜଣାଇଛନ୍ତି ।

Leave A Reply

Your email address will not be published.

nineteen − eighteen =