ନୁଆଭୁବନ ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ !

ଢେଙ୍କାନାଳ : ଭୁବନ ପୌରାଞ୍ଚଳ ଅନ୍ତର୍ଗତ ନୁଆ ଭୁବନ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଏକ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମ ରେ ପଠାଣି ସାମନ୍ତ ମେଧାବୃତ୍ତି ପରିକ୍ଷାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀ ଓ ଏନଏନଏମଏସ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିସହିତ ନୁଆ ଭୁବନ ନୋଡାଲ ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣରେ ଅବଦାନ କରିଥିବା ଲୁଗା ଦୋକାନୀ ଅମ୍ବୁଜ କୁମାର ସାହୁ ଓ ମହିଳା ମହାବିଦ୍ୟାଳୟର କର୍ମଚାରୀ ଅମ୍ବୁଜ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ଭୁବନ ର ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ଯ ଅତିଥିରୁପେ ଯୋଗଦେଇ ପିଲାମାନଙ୍କୁ ପାଠ ପଢି ଭଲ ମଣିଷ ହେବାକୁ କହିଥିଲେ । ସମ୍ମାନିତ ଅତିଥି ରୁପେ ଭୁବନ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସିପ୍ରା ବରାଳ ଯୋଗଦେଇଥିଲେ । ସଭାରେ ମଞ୍ଚାସୀନ ଥିଲେ ଭୁବନ ଏନଏସିର ଉପାଧ୍ୟକ୍ଷା ଶ୍ରୀମତି ମାନିନୀ ସାହୁ, ଭୁବନ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ବ୍ଲକ ଶିକ୍ଷାଅଧିକାରିଣୀ, ବିଦ୍ୟାଳୟର ସଭାପତି ବିପିନ ବିହାରି ସେଠୀ, ପ୍ରଧାନ ଆଚାର୍ଯ୍ଯ ପ୍ରମୁଖ ସଭା ପରିଚାଳନା କରିଥିଲେ ଗୁରୁ ପ୍ରସାଦ ମିଶ୍ର, ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ଖଗେଶ୍ବର ସାହୁ । ଛାତ୍ରଛାତ୍ରୀମାନେ ସ୍ୱାଗତ ଗିତିକା ଓ ବିଦାୟୀ ଗିତିକା ଗାନ କରିଥିଲେ ।

Leave A Reply

Your email address will not be published.

seven + 3 =