ମାଳିଆ ମୁଣ୍ଡା ଙ୍କ ପାଖରେ ମକର ମେଳା !

ଢେଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ଦୀଘି ପଂଚାୟତ ମୁଗୁପଦା ଗ୍ରାମର ମା ମାଳିଆ ମୁଣ୍ଡା ଙ୍କ ପାଖରେ ମକର ମେଳା ଅନୁଷ୍ଠିତ ହୋଇଯାଇଅଛି ।

ପୂର୍ବ ନୀତି ନିଘଣଂଟ ଅନୁସାରେ ଅପରାହ୍ନରେ ବ୍ରହ୍ମଣୀ ନଦୀ ରୁ ମାନସିକ ଧାରୀ ମାନେ କଳସରେ ଜଳ ଆଣି ଗ୍ରାମ ପରିକ୍ରମା କରି କଳସ ସ୍ଥାପନ ପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ପ୍ରାତଃ ସମୟରୁ ମା ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା ।

ଯମୁନାକୋଟ୍ – ପଣ୍ଡୁଆ ପୂର୍ତ ବିଭାଗ ରାସ୍ତା ପାର୍ଶ୍ୱରେ ପୂଜା ପାଇଥିବା ରୁ ମା’ ଙ୍କୁ ମୁଣ୍ଡିଆ ମାରିକି ମାନସିକ ରଖିଲେ ଯଥା ଶୀଘ୍ର ପୂର୍ଣ୍ଣ ହେଉଥିବାରୁ ଲୋକ ମାନଙ୍କ ବିଶ୍ୱାସ ରହିଛି । ପ୍ରତି ବର୍ଷ ମକର ସଂକ୍ରାନ୍ତି ଦିନ ଅଖା ପାଖର ଅଂଚଳର ହାଜର ହାଜର ଲୋକ ଭିଡ ହେଉଥିବା ରୁ କାମାକ୍ଷନଗର ପୋଲିସ୍ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ପୂଜା କମିଟି ପକ୍ଷରୁ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ ସନ୍ଧ୍ୟାରେ ଭଜନ ସଂଧ୍ୟା ହେବା ପାଇଁ ଆୟୋଜନ ହୋଇଛି । ପୂଜା କମିଟି ର ସଭାପତି ନିର୍ମଳ ରାଉତ ସମ୍ପାଦକ ଜଗବନ୍ଧୁ ମାଝୀ ଙ୍କ ତତ୍ୱାବଧାନରେ କମିଟ ର ସମସ୍ତ ସଦସ୍ୟ । ଗ୍ରାମବାସୀ ସହଯୋଗ କରୁଛନ୍ତି । ସେପରି ମଠକରୋଗୋଳା ଗ୍ରାମରେ ମଉଳା ଭଣଜା, ଯମୁନାକୋଟ୍ ଗ୍ରାମର ମହାପାଟ, ସୁରପ୍ରତାପୁର ଗ୍ରାମର ମା କାଲୁଣି ପାଖରେ ଧୁମ୍ ଧାମ୍ ରେ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.

fourteen + three =