ଢେଙ୍କାନାଳ : ଶ୍ରୀଶ୍ରୀ ତ୍ରୀନାଥ ଦେବଙ୍କର ମକର ସଂକ୍ରାନ୍ତି ଢେଙ୍କାନାଳ ସହରସ୍ଥ ବାଜିଚୌକ ହୀରାସାଗର ଦୈନିକ ମ୍ୟୁନିସିପାଲିଟି ମାର୍କେଟ୍ ପରିସରରେ ବ୍ୟବସାୟୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଅଛି ।
ସକାଳ ସାଢେ ୭ଟାରେ ସୂର୍ଯ୍ୟଦେବଙ୍କର ପୂଜା, ଅଧିବାସ ଓ ମଣ୍ଡଳ ପୂଜା ହେବା ସହ ସକାଳ ସକାଳ ଘ.୮.୫ମି.ରେ ଯଜ୍ଞ ଓ ମକର ଚାଉଳ ଭୋଗଲାଗି ତ୍ରୀନାଥଦେବଙ୍କର ଫଳ,ମୂଳ, ଭୋଗ ଓ ମିଷ୍ଠାନ୍ନ ଭୋଗ ଇତ୍ୟାଦି ଲାଗି କରାଯାଇଥିଲା । ମାର୍କେଟ୍ରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଇ ମହିଳା ସଂକୀର୍ତନ ମଣ୍ଡଳୀ ଯୋଗଦାନ କରି ମେଳା କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରାଯାଇଥିଲା ।
ପୂଜକ ଭାବରେ ମୁଖ୍ୟ ପୁରୋଧା ଡୁଲା ଭାଇନା ପୂଜାର୍ଚ୍ଚନା କରିଥିଲେ । କର୍ତା ଅଶୋକ କୁମାର ଦଲେଇ ଓ ସହଧର୍ମିନୀ ଗୀତାଞ୍ଜଳି ଦଳେଇ ପୂଜା ଯଜ୍ଞରେ ବସିଥିଲେ । ଏହି ପୂଜା କାର୍ଯ୍ୟକୁ ସମସ୍ତ ବ୍ୟବସାୟୀବୃନ୍ଦ ସହଯୋଗ କରିଥିଲେ । ସଭାପତି ଅଶୋକ କୁମାର ଦଳେଇ, ସହ-ସଂପାଦକ ଟୁକୁ ବେହେରା ଓ ଚନ୍ଦନ କୁମାର ବେହେରା, ବିମ୍ବାଧର ରାଉତ, ଚିତରଞ୍ଜନ ସାହୁ, ଜଗନ୍ନାଥ ଭଟ୍ଟ, ହରିହର ସାହୁ, ମଙ୍ଗୁ ଦଳେଇ, ସ୍ୱପ୍ନେଶ୍ୱର ଭଟ୍ଟ, ନସିବ୍ ଖାନ୍ ଓ ବାସୁ ଖାନ୍, ଗନ୍ଧର୍ବ ସାହୁଙ୍କ ସାହୁ ସମସ୍ତ ବ୍ୟବସାୟୀ ସହଯୋଗ କରିଥିଲେ ।