ଲମ୍ବୋଦରପୁର ଗ୍ରାମରେ ମହାଚଣ୍ଡୀଙ୍କ ୧୮ତମ ଯଜ୍ଞ  ଉଦ୍‌ଯାପନୀ !

ଢେଙ୍କାନାଳ :  ପ୍ରତିବର୍ଷ ପରି ଚଳିତ ବର୍ଷ ଆରମ୍ଭ ହୋଇଥିବା ମହାଚଣ୍ଡୀ ଯଜ୍ଞ  ତଥା ଏହି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ଜଗତ୍‌ଜନନୀ ବ୍ରାହ୍ମଣୀଦେବୀଙ୍କ ବିଜୟସ୍ଥଳୀରେ ୧୮ତମ ବାର୍ଷିକୋତ୍ସବ ଉଦ୍‌ଯାପନୀ ହୋଇଯାଇଅଛି ।

ଏହା ଗତ ୩ ତାରିଖ ଠାରୁ ଆରମ୍ଭ ହୋଇ ଅଦ୍ୟ ଶୁକ୍ରବାର ୬ ତାରିଖରେ ପୂର୍ଣ୍ଣାହୁତି କରାଯାଇ ଉଦ୍‌ଯାପନୀ ହୋଇଯାଇଅଛି ।  ଆଖପାଖ ଅଂଚଳ ଗ୍ରାମର ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ଉକ୍ତ ଯଜ୍ଞ ବହୁ ଆଡମ୍ବର ସହିତ ଶେଷ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ରାଜକିଶୋର ମିଶ୍ର ଥିବାବେଳେ ତାଙ୍କ ସହିତ ମାନସ ରଞ୍ଜନ ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ପୂଜାର୍ଚ୍ଚନାରେ ସହଯୋଗ କରୁଛନ୍ତି ।

ଉକ୍ତ ଯଜ୍ଞରେ କର୍ତା ଭାବେ ବିଜୟ କୁମା ସାହୁ ଓ ଉପକର୍ତା ସୂର୍ଯ୍ୟନାରାଣ କରଙ୍କ ସହିତ ନଗେନ୍ କର, ସୁରେଶ ଚନ୍ଦ୍ର କର, ଧୂର୍ବଚରଣ ରାଉତ, ଅଶୋକ, ସୁର, କୁନା, ବବୁଲ୍‌, ପ୍ରତାପ ପ୍ରମୁଖଙ୍କ ସହିତ ଗ୍ରାମବାସୀଙ୍କ ସହଯୋଗରେ ମା’ଙ୍କ ୧୮ତମ ବାର୍ଷିକୋତ୍ସବ ତଥା ମହାଚଣ୍ଡୀ ଯଜ୍ଞ ବହୁ ଆଡମ୍ବର ସହିତ ଓ ଉତ୍ସହର ସହିତ ଶେଷ ହୋଇଛି ।

ମନ୍ଦିର କମିଟିର ସଭାପତି ସଚ୍ଚିଦାନନ୍ଦ କର, ବିଜୟ କୁମାର ସାହୁ, ସୁରେଶ କୁମାର କର, ନଗେନ୍ କୁମାର କର, ଅକ୍ଷୟ କୁମାର କର, ଅଶୋକ ସାହୁ, ଅମୂଲ୍ୟ ସାହୁ, ଗୋବିନ୍ଦ ଶତପଥୀ ପ୍ରମୁଖ ପରିଚାଳନା କରିଥିଲେ । ମୁଖ୍ୟ ପୂଜକ ମୋହନ କରଙ୍କ ଦ୍ୱାରା ପୂଜୋତ୍ସବ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

4 × three =