ନଗରପାଳ ୱାର୍ଡ ପରିଦର୍ଶନ କରି ସମସ୍ୟା ବୁଝିଲେ !

ଢେଙ୍କାନାଳ : ନଗରପାଳ ଭାବେ ଜୟନ୍ତୀ ପାତ୍ର ସହରବାସୀଙ୍କୁ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତି ରକ୍ଷା କରିଛନ୍ତି । ଏହି କ୍ରମରେ ଗତକାଲି ଶ୍ରୀମତୀ ପାତ୍ର ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ୭ନଂ.ୱାର୍ଡ ପରିଦର୍ଶନ କରିଥିଲେ ।

ଏହି ପରିଦର୍ଶନ ସମୟରେ ୭ ନଂ.ୱାର୍ଡର ଦଣ୍ଡାସାହି ଓ ଗୋଡିସାହି ଅଂଚଳର ବାସୀନ୍ଦାମାନଙ୍କୁ ଭେଟି ସେମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ବିଶେଷ କରି ଦଣ୍ଡାସାହି ଓ ଗୋଡିସାହି ଦେଇ ଯାଇଥିବା ଓମପି ଲାଇନ ରାସ୍ତାକୁ ୫ ଲକ୍ଷ ଟଙ୍କା ବ୍ୟୟରେ ତୁରନ୍ତ ନିର୍ମାଣ କରିବା ପାଇଁ ଉପସ୍ଥିତ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

ଏପରିକି ଦଣ୍ଡାସାହି ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇନଥିବା ହିତାଧିକାରୀମାନେ ସିଧାସଳଖ ଭାବେ ତାଙ୍କୁ ଭେଟି ଆବଦନ ପତ୍ର ଦେବାକୁ କହିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୌଣସି ପ୍ରିୟାପ୍ରିତୀ ତୋଷଣ ଓ କୌଣସି ଲାଂଚ କାରବାରକୁ ପ୍ରଶ୍ରୟ ଦିଆନଯାଇ ନିୟମାନୁସାରେ ଅଗ୍ରାଧିକାର ଭିତିରେ ଘର ଯୋଗାଇ ଦିଆଯିବ ବୋଲି ଉପସ୍ଥିତ ହିତାଧିକାରୀଙ୍କୁ ପ୍ରତିଶୃତି ଦେଇଥିଲେ ।

ଏହି ପରିଦର୍ଶନ ସମୟରେ ନଗରପାଳ ଶ୍ରୀମତୀ ପାତ୍ରଙ୍କ ସହ ପୌରଯନ୍ତ୍ରୀ ରଶ୍ମିତା ମିଶ୍ର, ସହକାରୀ ଯନ୍ତ୍ରୀ ଶ୍ରୀଲକ୍ଷ୍ମୀ ମହାପାତ୍ର, ସାନିଟାଇଜ ଇନିସ୍ପେକ୍ଟର ଓ କାର୍ଯ୍ୟକର୍ତାଙ୍କ ସହିତ ବିଶିଷ୍ଟ ସମାଜସେବୀ ରାମଚନ୍ଦ୍ର ପାତ୍ର,ବିନୋଦ କୁମାର ମହାନ୍ତି, ରମଜାନ ଖାଁ, ପ୍ରକାଶ ଜେନା, ରାଜୁ ଖାଁ ପ୍ରମୁଖ ଉପସ୍ଥିତ ଥିଲେ । ୭ ନଂ. ୱାର୍ଡର ଶତାଧିକ ୱାର୍ଡବାସୀ ନଗରପାଳ ଶ୍ରୀମତୀ ପାତ୍ରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ୱାର୍ଡ ପରିଦର୍ଶନ କରାଇଥିଲେ ।

Leave A Reply

Your email address will not be published.

two × five =