ଢ଼େଙ୍କାନାଳ : ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ(ଜନ ମଙ୍ଗଳ)ରାସୋଳ ତରଫରୁ ଖଲିବୋରେଇ ଗ୍ରାମ ପଞ୍ଚାୟତ ର ଗୋବିନ୍ଦପୁର ଗ୍ରାମ ର ଅନାଥ ଭିନ୍ନକ୍ଷମ ସାବତ ଭାଇ ଭାଉଜ ଙ୍କ ପାଖରେ ଜୀବନ ଅତିବାହିତ କରୁଥିବା ମୃତ ଆରତ ସେଠୀ ଙ୍କ ଝିଅ ମମତା ସେଠୀ(୩୮) ଯିଏ ପିଲାଦିନୁ ପୋଲିଅ ରୋଗଗ୍ରସ୍ତ ।
ସରକାରୀ ସହାୟତା ଜନିତ ଗୃହ,ଭତ୍ତା ପାଉଥିବା ବେଳେ ମୂଲ ମଜୁରୀ ଲାଗି ଚଳୁ ଥିବା ସାବତ ଭାଇ ଭାଉଜ ଙ୍କ ଆଶ୍ରା ରେ ମମତା କାଟନ୍ତି ଜୀବନ।ସଂଗଠନ ର ସେବିକା ମମତା ବେହେରା ଭଉଣୀଙ୍କ ସୂଚନା ପ୍ରାପ୍ତି ପରେ ସଂଗଠନ ତରଫରୁ ସହାୟତା ପ୍ରଦାନ ପୁର୍ବକ ଏକ ଭ୍ରାମ୍ଯମାଣ ଚୌକି ର ବ୍ୟବସ୍ଥା କରାଯାଇଛି।
ଅନୁରୂପ ଭାବେ ଗୋବିନ୍ଦପୁର ଗ୍ରାମର ଜନୈକ ଭିନ୍ନକ୍ଷମ ଅସହାୟ ବୃଦ୍ଧ କୃଷ୍ଣ ଦେହୁରୀ(୬୯), ଯୋଗୀ ବେହେରା ଙ୍କୁ ମଧ୍ୟ ଭ୍ରାମ୍ଯମାଣ ଚୌକି ପ୍ରଦାନ କରାଯାଇଛି।ଏତାଦୃଶ ସେବା କାର୍ଯ୍ୟ ରେ ଖଲିବୋରେଇ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଗୟାଧର ନାୟକ ଙ୍କର ଉପସ୍ଥିତିରେ ସଂଗଠନ ର ପ୍ରତିଷ୍ଠାତା ତଥା ମୁଖ୍ୟ ସଂଗଠକ ବିଭୁ ପ୍ରସାଦ ଶତପଥୀ ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସଂଗଠନ ର ସେବକ ଭାଇ ମନ୍ମଥ ବିଶ୍ବାଳ,ବିଶ୍ବଜିତ୍ ସାହୁ,ରାମକୃଷ୍ନ ବୈଦ୍ୟ,ସେବିକା ଭଉଣୀ ମମତା ବେହେରା ଙ୍କର ମିଳିତ ପ୍ରଚେଷ୍ଟା ତଥା ସହାୟତା ରେ ସଫଳତା ର ସହ ସମ୍ପାଦିତ ହୋଇ ଥିବା ବେଳେ ଆଞ୍ଚଳିକ ସ୍ତରରେ ଏତାଦୃଶ ସେବା କାର୍ଯ୍ୟ କୁ ସ୍ବାଗତ କରିବା ସହିତ ଅଶେଷ ସାଧୁବାଦ ଜଣାଇଛନ୍ତି।ଖଲିବୋରେଇ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଗୟାଧର ନାୟକ ମହୋଦୟ ଏତାଦୃଶ ସେବା କାର୍ଯ୍ୟ ରେ ସନ୍ତୋଷ ପ୍ରକଟ କରି ସଂଗଠନ କୁ କୃତଜ୍ଞତା ଜ୍ଞାପନ ତଥା ଅଶେଷ ଧନ୍ଯବାଦ୍ ଅର୍ପଣ ପୂର୍ବକ ସଂଗଠନ ର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।
ଆଗାମୀ ଦିନରେ ଆଞ୍ଚଳିକ ସ୍ତରରେ ଏତାଦୃଶ ସେବା କାର୍ଯ୍ୟ ର ବ୍ଯାପକତା ପାଇଁ ସର୍ବସାଧାରଣଙ୍କ ର ସହଯୋଗ ରହିବା ଆବଶ୍ୟକ ବୋଲି ମତ ରଖନ୍ତି ସଂଗଠନର ସଭାନେତ୍ରୀ ନିରୁପମା ମିଶ୍ର।