ଢେଙ୍କାନାଳ : ସ୍ଥାନୀୟ ଜାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ସଦର ବ୍ଲକ୍ ପଂଚାୟତସମିତିର ସମିତିସଭ୍ୟ/ସଭ୍ୟାମାନେ ଆଜି ଏକ ବୈଠକରେ ଏକତ୍ରିତ ହୋଇଥିଲେ ।
ଉକ୍ତ ବୈଠକରେ ଢେଙ୍କାନାଳ ସଦର ବ୍ଲକ୍ ଚେୟାରମ୍ୟାନ୍ଙ୍କ ପ୍ରତିନିଧି ଶ୍ରୀନିବାସ ନାୟକ ସଭାପତିତ୍ୱ କରିଥିଲେ । ଉକ୍ତ ବୈଠକରେ ସରକାରୀ ଯୋଜନାର କିପରି ସଦୁପଯୋଗୀ କରିହେବ ଏବଂ ସମିତିସଭ୍ୟ/ସଭ୍ୟାଙ୍କୁ ଅଗ୍ରାଧୀକାର ଦେଇ କାର୍ଯ୍ୟକାରି ହେବ ତା ବାବଦରେ ଆଲୋଚନା କରାଯାଇଥିଲା ।
ଆଗାମୀ ଦିନରେ ସରପଞ୍ଚ , ସମିତିସଭ୍ୟ/ସଭ୍ୟାଙ୍କୁ ନେଇ ଏକ ବଣଭୋଜି କରିବା ପାଇଁ ସ୍ଥିର କରାଗଲା । ଉକ୍ତ ବୈଠକରେ କାଇମାଟି ସମିତିସଭ୍ୟ ଦିଲ୍ଲିପ ସାମଲ, କେଶବ ତ୍ରିପାଠୀ, ମାଣିପୁର ସମିତିସଭ୍ୟ ମିନତୀ ପଣ୍ଡା, କାକୁଡିଭାଗ ସମିତିସଭ୍ୟା ଅପର୍ଣ୍ଣା ରଥ, ସାଙ୍କୁଲେଇ ସମିତିସଭ୍ୟା ରଞ୍ଜିତା ନାୟକ, ବଣସିଂହ ସମିତିସଭ୍ୟ ଓ ଜଗନ୍ନାଥ ବେହେରା, ତରଭା ସମିତିସଭ୍ୟ ଏବଂ ଏଥି ସହିତ ୨୫ଜଣ ସମିତିସଭ୍ୟ/ସଭ୍ୟା ଯୋଗଦେଇଥିଲେ ।