ଢେଙ୍କାନାଳ : ଆସନ୍ତା ୫ ତାରିଖରେ ଢେଙ୍କାନାଳରେ ପହଞ୍ଚବ ପୁରୁଷ ବିଶ୍ୱକପ ଟ୍ରଫି । ବିଭିନ୍ନ ରାଜ୍ୟ ପରିକ୍ରମା କରି ଓଡ଼ିଶାରେ ପହଂଚିଥିବା ପୁରୁଷ ବିଶ୍ୱକପ୍ ହକି ଟ୍ରଫିଜିଲ୍ଲା ପରିକ୍ରମାରେ ବାହାରିଛି । ଏହାକୁସ୍ୱାଗତ କରିବାକ ଜିଲ୍ଲାୁ ପ୍ରଶାସନ ପକ୍ଷରୁ ଜୋରର୍ଦା ପ୍ରସ୍ତୁତି ଆରମ୍ଭ ହୋଇଛି ।
ଏ ସଂକ୍ରାନ୍ତ ଏକ ବୈଠକ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱକପ୍ ହକି ଅବସରରେ ଢେଙ୍କାନାଳ ଜିଲ୍ଲାକୁ ଉତ୍ସବମୁଖର କରାଯିବ ବୋଲି ଜିଲ୍ଲାପାଳ
ସରୋଜ କୁମାର ସେଠୀ ସୂଚନା ଦେଇଛନ୍ତି । ଓଡ଼ିଶାରେ ପୁରୁଷ ବିଶ୍ୱକପ୍ ହକି ଆୟୋଜିତ ହେବା ଗୌରବର କଥା ।
ଏହିଉପଲକେ୍ଷ ହେବାକୁ ଥିବା ଉତ୍ସବରେ ଯେପରି ସବୁବର୍ଗର ଲୋକେସାମିଲ ହେଇପାରିବେ , ସେଥିଲାଗି ଜିଲ୍ଲାର ୨୮ ବିଭାଗକୁ ଯତ୍ନବାନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।ଆସନ୍ତା ୫ ତାରିଖରେ ଟ୍ରଫିକୁ ଓଡ଼ାପଡ଼ା ବ୍ଲକର କଣଂଟାବଣିଆ ଠାରେ ଭବ୍ୟ ସ୍ୱାଗତ କରାଯିବ । ବିଧାୟିକା ସୀମାରାଣୀ ନାୟକ, ପଂଚାୟତ ପ୍ରତିନିଧିଙ୍କ ସମେତ ଜିଲ୍ଲା ପ୍ରଶାସନର ପଦସ୍ଥ ଅଧିକାରୀ ଉପସ୍ଥିତ ରହିବେ । ଏହାପରେ ଏକ ବିଶାଳ ଶୋଭାଯାତ୍ରାରେ ଟ୍ରଫି ଢେଙ୍କାନାଳ ମିନି ଷ୍ଟାଡୟମି ରେ୍ ପହଂଚିବ ।
୬ ତାରିଖରେ ଶ୍ରୀବଳରାମ ମନ୍ଦିରରେ ପୂଜାର୍ଚ୍ଚନା ପରେ ସହର ପରିକ୍ରମା କରି ଜିଲ୍ଲା କାର୍ଯ୍ୟାଳୟରେ ଏହକୁ ସ୍ୱାଗତ କରାଯିବ । ଏହାପରେ ୪୨ଜଣିଆ ଦଳର ନେତୃତ୍ୱରେ ଟ୍ରଫି ଯଥାକ୍ରମେ କାମାକ୍ଷାନଗର, କଙ୍କଡ଼ାହାଡ଼ ବ୍ଲକ ପରିକ୍ରମା କରି କେନ୍ଦୁଝର ଅଭିମୁଖେ ଯାତ୍ରା କରିବ ।ଏଥିପୂର୍ବରୁ ଟ୍ରଫିକୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବ । ମିନିଷ୍ଟାଡିୟମରେ ଏଲଇଡିମାଧ୍ୟମରେ ହକିବିଶ୍ୱକପ୍ର ସମସ୍ତ ମ୍ୟାଚ୍ ପ୍ରସାରଣ କରାଯିବ ।
ସହରର ବିଭିନ୍ନ ସ୍ଥାନ ସମେତ ପଞ୍ଚାୟତ, ବିଭିନ୍ନ ଶିକ୍ଷାନୁଷ୍ଠାନ , ଛାତ୍ରାବାସ, ଶିଳ୍ପାନୁଷ୍ଠାନ , କାରାଗାର, ଆହାର କେନ୍ଦ୍ରରେ ଅନୁରୂପ ବ୍ୟବସ୍ଥା କରାଯିବ ।ଯାନବାହନଗୁଡ଼ିକୁ ଷ୍ଟିକରିଂ କରାଯିବ । ଷ୍ଟାଡିୟମ ଓ ମିନିଷ୍ଟାଡିୟମରେ ଜାନୁୟାରୀ ୨୭ରୁ୨୯ ଯାଏ ଢେଙ୍କାନାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ବିଶିଷ୍ଟ କ୍ରୀଡ଼ାବିତ୍ ସମ୍ବର୍ଦ୍ଧିତ ହେବେ । ଜିଲ୍ଲାର ପ୍ରମୁଖ ସ୍ଥାନରେ ବିଶ୍ୱକପ୍ ହକିସମ୍ପର୍କିତ ହୋର୍ଡିଂ ଲାଗିବ । ଢେଙ୍କାନାଳ ସହର ସମେତ ବ୍ଲକ, ଉପଖଣ୍ଡର ପ୍ରବେଶ ଦ୍ୱାରରେ ଆକର୍ଷଣୀୟ ତୋରଣ କରାଯିବ । ଏସଏଚ୍ ଜିଦ୍ୱାରା ମାସ୍କଟ, ପ୍ରଶାସନ ପକ୍ଷରୁ ଡାଏରିପ୍ରସ୍ତୁତ କରାଯିବ ।ଜିଲ୍ଲାରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ କୁ ବିଦେଶୀ ଦର୍ଶକ ଯିବା ସମୟରେ ମିଲେଟ୍ ଖାଦ୍ୟ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯିବ ।
ଜିଲାରୁ ପ୍ରତିଯୋଗିତା ଦେଖିବା ଲାଗି ଭୁବନେଶ୍ୱର, ରାଉରକେଲା ଯିବା ଲାଗି ପ୍ରଶାସନକୁ ଜଣାଇଲେ, ସେମାନଙ୍କ ପାଇଁ ଯାନବାହନ ବ୍ୟବସ୍ଥା କରାଯିବ ।ଆସନ୍ତା୮ ତାରିଖରେ ଢେଙ୍କାନାଳ, କାମାକ୍ଷାନଗର, ଭୁବନ, ହିନ୍ଦୋଳରେ ପଥୋତ୍ସବ ଅନୁଷ୍ଠିତ ହେବ । ଏସବୁ କାର୍ଯ୍ୟରେ ସହଯୋଗ କରିବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।
ବୈଠକରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଉଦୟ ମହାପାତ୍ର, ରମେଶ ଚନ୍ଦ୍ର ସେଠୀ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ଯନିର୍ବାହୀ ତନ୍ମୟଦରୱାନ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ, ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ଜ୍ୟୋତିଶଙ୍କର ସାହୁ, ଅତିରିକ୍ତ ଏସ୍?ପି ପୁରୁଷୋତମସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।