ଢେଙ୍କାନାଳ : ସ୍ଥାନୀୟ ଭାଗିରଥୀ ସାଗରସ୍ଥିତି ନିଖିଳ ଓଡିଶା କୈବର୍ତ ମହାସଭା ସଭାଗୃହରେ ଦିବା ସାଢେ ୧୧ଟା ସମୟରେ ମହାସଭାର ବରିଷ୍ଠ ଉପଦେଷ୍ଟା ତଥା ପୂର୍ବତନ ସଭାପତି ରାଜନ୍ ବେହେରାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ବୈଠକରେ ଗତବର୍ଷର ଆୟବ୍ୟୟ ସଂପର୍କରେ ବିଷଦ ଭାବେ ଆଲୋଚନା କରାଯାଇଥିଲା ଏବଂ ସମସ୍ତ ସଭ୍ୟ ସନ୍ତୋଷ ପ୍ରକାଶ କରି ନୂତନ ସଭାପତି ଚୟନ କରିବା ପାଇଁ ପରିଷଦରେ ନିଷ୍ପତି କରାଗଲା । ଏହି ନିଷ୍ପତି ଅନୁଯାୟୀ ଆଠଗୋଟି ବ୍ଲକ୍ରୁ ଆସିଥିବା ସଭାପତି ଯୋଗଦାନ କରିଥିଲେ ଏବଂ ସଭ୍ୟମାନଙ୍କ ମତାମତ ପରେ ରୁଦ୍ରାନ୍ତ ଦଳେଇଙ୍କୁ ପୂନର୍ବାର ସଭାପତି ଭାବେ ଚୟନ କରିଥିବାବେଳେ କାର୍ଯ୍ୟକାରୀ ସଭାପତି ରୂପେ ନାରାୟଣ ସାହୁ, ଉପସଭାପତି ରୂପେ କରୁଣାକର ଦଳେଇ ଏବଂ ଉଗ୍ରେସନ ବେହେରା, ସଂପାଦକ ଭାବେ ଡା. ଚନ୍ଦନ ମହାଳିକ, ସହ-ସଂପାଦକ ଭାବେ ଚିତରଞ୍ଜନ ବେହେରା, କୋଷାଧ୍ୟକ୍ଷ ଭାବେ ଇଂ. ଟଙ୍କଧର ବେହେରା ଏବଂ ଉପଦେଷ୍ଟା ଭାବରେ ରାଜନ୍ ବେହେରା, ଲଚ୍ଛମନ ପରିଡା, ଗୌରାଙ୍ଗ ବେହେରା, ମଦନ ମୋହନ ବେହେରା, ହଳଧର ମହାଳିକ, କୈଳାସ ସେଠ, କାଠିଆ ମହାଳିକ, ସଂଗଠନ ମହାସଚିବ ଭାବେ ଦୀପ୍ତି ରଞ୍ଜନ ମହାଳିକ ଏବଂ କାର୍ଯ୍ୟକାରୀ କମିଟିର ସଦସ୍ୟ ରୂପେ ଶିଶିର ଦଳେଇ, ତରୁଣ ବେହେରା, ଟଙ୍କଧର ବେହେରା, ଗଣେଶ୍ୱର ବାରିକ, ଆନନ୍ଦ ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, ଅଶୋକ କୁମାର ଦଳେଇ, ସନ୍ତୋଷ ଦଳେଇ, ଚନ୍ଦ୍ରମଣି ବେହେରା, ଅରୁଣ ପରିଡା, ବିରଂଚି ବେହେରା ପ୍ରମୁଖଙ୍କୁ ଚୟନ କରାଯାଇଥିଲା ।
ଏହା ସହିତ ଶତାଧିକ କୈବର୍ତ ସମାଜର ବରିଷ୍ଠ ସଭ୍ୟ ଯୋଗଦାନ ଦେଇଥିଲେ । ନୂତନ ସଭାପତି ଶ୍ରୀ ଦଳେଇ ଜାତି ବଂଚିଲେ ଦେଶ ବଂଚିବ ଏବଂ ଜାତିକୁ ଏକାଠି ରଖିବା ପାଇଁ ମା’ ସିଦ୍ଧ ବାଶେଳୀଙ୍କ ପୀଠରେ ସମସ୍ତ ସଭ୍ୟମାନଙ୍କୁ ଶପଥ ପାଠ କରାଇ ସମସ୍ତେ ଏକବଦ୍ଧ ହୋଇ ରହିବା ପାଇଁ ପରାମର୍ଶ ଦେଇଥିଲେ । ସଭା ଶେଷରେ ସଂପାଦକ ଡା. ମହାଳିକ ସଭାପତି ଓ ସମସ୍ତ ସଭ୍ୟବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।