ଢେଙ୍କାନାଳ : ଅବିଭକ୍ତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାକୁ ନେଇ ଗଠିତ ଢେଙ୍କାନାଳ ଡାକମଣ୍ଡଳର ୫୧ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି ।
ଏହି ପ୍ରତିଷ୍ଠା ଦିବସରେ ଢେଙ୍କାନାଳ ଡାକ ମଣ୍ଡଳର ଡାକ ଅଧିକ୍ଷକ ଜଗଦିଶ ଦାଶ ଅଧ୍ୟକ୍ଷତା କରି ଜନସାଧାରଣଙ୍କର ବର୍ତମାନ ଓ ଭବିଷ୍ୟତ ଆବଶ୍ୟକତା ଦୃଷ୍ଟିରେ ରଖି ଆନ୍ତରିକତା ସହ ଉତମ ସେବା ପ୍ରଦାନ କରିବାରେ ନିଜକୁ ନିୟୋଜିତ କରିବାକୁ ଉପସ୍ଥିତ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଡାକ ବିଭାଗର କର୍ମଚାରୀମାନଙ୍କର ସମୟାନୁବର୍ତିତା, ବିଶ୍ୱସନୀୟତା ଓ କାର୍ଯ୍ୟଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଥିଲେ । ଉକ୍ତ ପ୍ରତିଷ୍ଠା ଦିବସରେ ଡାକ ବିଭାଗର ଡାକ ଅଧିକ୍ଷକ ଜଗଦିଶ୍ ଦାଶ, ଇଣ୍ଡିଆ ପୋଷ୍ଟ ପେମେଂଟସ୍ ବ୍ୟାଙ୍କର ସିନିୟର ମ୍ୟାନେଜର ହିମାଂଶୁ ଶେଖର ଧଳ ଏବଂ ଢେଙ୍କାନାଳ ଡିଭିଜନର ଉପଡାକ ଅଧିକ୍ଷକ ନୀଳମଣି ଜାନୀଙ୍କ ଉପସ୍ଥିତିରେ ଏହି ୫୧ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା ।
ଉକ୍ତ ପ୍ରତିଷ୍ଠା ଦିବସକୁ ଅନ୍ଲାଇନ୍, ୟୁଟ୍ୟୁବ ଲିଙ୍କ୍ ମାଧ୍ୟମରେ ଲାଇଭ୍ ଷ୍ଟ୍ରିମିଙ୍ଗ୍ କରାଯାଇଥିଲା । ଫଳରେ ସମସ୍ତ ଡାକ ପରିବାର ଓ ଅନ୍ୟ ସଂପୃକ୍ତ ବ୍ୟକ୍ତିମାନେ ଯୋଡି ହୋଇ ଉକ୍ତ ପ୍ରତିଷ୍ଠା ଦିବସକୁ ଉପଭୋଗ କରିଥିଲେ । ଏହି ଅବସରରେ ଡାକ ବିଭାଗର ବିଭିନ୍ନ ବର୍ଗର ଉତମ ସେବା ପ୍ରଦାନ କରିଥିବା ଡାକ କର୍ମଚାରୀମାନଙ୍କୁ ପୁରଷ୍କୃତ କରାଯାଇଥିଲା ।
ଡାକ ବିଭାଗର ସମସ୍ତ କର୍ମଚାରୀମାନଙ୍କର ଉପସ୍ଥିତିରେ ଏହି କାର୍ଯ୍ୟକ୍ରମଟି କରାଯାଇଥିଲା । ସଭା ଶେଷରେ ଡାକ୍ତ ବିଭାଗର ଉପଡାକ ଅଧିକ୍ଷକ ନୀଳମଣି ଜାନି ଉପସ୍ଥିତ କର୍ମଚାରୀ ବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।