ଢେଙ୍କାନାଳ : ସହରସ୍ଥିତି ଲକ୍ଷ୍ମୀବଜାର ଠାରେ ନୂତନ କେକ୍ ସପ୍ “ମିଓ ଆମୋରେ’ ଉଦ୍ଘାଟନ ହୋଇଯାଇଅଛି ।
ସମାଜସେବୀ ସୁକାନ୍ତି ବେହେରା ଓ ଗୋପାଳ ବେହେରା ଉପସ୍ଥିତ ରହି ଏହାକୁ ଉଦ୍ଗାଟନ କରିଥିଲେ । ପ୍ରକାଶ ଥାଉକି, କୁଞ୍ଜକାନ୍ତ ଠାରେ ପ୍ରଥମ ଶାଖା ରହିଥିବାବେଳେ ଏହା ଢେଙ୍କାନାଳରେ ଦ୍ୱିତୀୟ ଶାଖା ଅଟେ । ଏଠାରେ ମିଓ ଆମୋରେ କମ୍ପାନୀର ବିଭିନ୍ନ ପ୍ରକାରର ଆମିଶ ଓ ନିରାମିଶ କେକ୍, ପେଟିସ୍, ସ୍ନାକ୍ସ, ବାର୍ଥ-ଡେ କେକ୍ ଓ ଚକୋଲେଟ୍ ଇତ୍ୟାଦି ସୁଲଭ ମୂଲ୍ୟରେ ମିଳେ ବୋଲି ପ୍ରତିଷ୍ଠାନର ମୁଖ୍ୟ ଗୋପାଳ ବେହେରା ପ୍ରକାଶ କରିଛନ୍ତି । ଏହି ଉଦ୍ଘାଟନ ଉତ୍ସବକୁ ପ୍ରତୀକ୍ କୁମାର ସେଠୀ ଓ ସଞ୍ଜୟ ଗୁରୁ ସହଯୋଗ କରିଥିଲେ ।