ଢ଼େଙ୍କାନାଳ : ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡ଼ାପଡ଼ା ବ୍ଲକ କଳାଙ୍ଗ ପଞ୍ଚାୟତର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଆମ୍ ଆଦମୀ ପାର୍ଟିର ଜୋନ୍ ସ୍ତରୀୟ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଘଟିପିରି, କୋତ୍ତମ, କଳାଙ୍ଗ ଓ ଗୋବିନ୍ଦ ପ୍ରସାଦ ପଞ୍ଚାୟତ ର ସକ୍ରିୟ କାର୍ଯ୍ୟକର୍ତ୍ତାମାନେ ଭାଗ ନେଇଥିଲେ। ଦିଲ୍ଲୀ ଓ ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ଲୋକାଭିମୁଖୀ ଯୋଜନା ଗୁଡିକ ସମ୍ପର୍କରେ ଶ୍ରୀ ପଣ୍ଡା ସୂଚନା ଦେଇଥିବା ବେଳେ ଯୁବନେତା ବ୍ରହ୍ମାନନ୍ଦ ନାୟକ ସ୍ବାଗତ ଭାଷଣ ଦେଇଥିଲେ।
ଏହି ବୈଠକରେ ସଦର ବ୍ଲକ ସଭାପତି ରାଜକୁମାର ପ୍ରଧାନ, କଳାଙ୍ଗର ଗୋବିନ୍ଦ ନାଏକ, କୋତ୍ତମ ପଞ୍ଚାୟତର ଚିତ୍ତରଞ୍ଜନ ନାଏକ, ଘଟିପିରିର ମହନ୍ତ ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସନାତନ ନାଏକ, ବିଜୟ ନାଏକ, ମହିଳା ନେତ୍ରୀ ରମା ସେଠୀ, ପ୍ରମୁଖ ଉପସ୍ଥିତ ଥିଲେ। ବ୍ରହ୍ମାନନ୍ଦ ନାୟକଙ୍କୁ ସର୍ବସମ୍ମତି କ୍ରମେ ଜୋନ୍ ସଭାପତି ଦାୟୀତ୍ୱ ପ୍ରଦାନ କରାଗଲା l ତତ୍ପରେ ଆମ୍ ଆଦମୀ ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ପଂଚାୟତର ଝୁନୁବାଳା ଦାସ, ସଜନୀ ବେହେରା, ପ୍ରଭାତୀ ବେହେରା, ଅଶାନ୍ତି ଡେଙ୍ଗ, ବରୁଣ ନାଏକ, ସୁଶିଳ ନାଏକ, ସତ୍ୟବାଦୀ ବେହେରା ଦଳର ସଦସ୍ୟତା ଗ୍ରହଣ କରିଥିଲେ।
ଜିଲ୍ଲା ସୋସିଆଲ ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା ସ୍ଥାନୀୟ ଲୋକମାନଙ୍କ ସମସ୍ୟା ସମାଧାନ ପାଇଁ ସଂଗଠନକୁ ସୁଦୃଢ କରି ପ୍ରଶାସନ ପାଖରେ ଉପସ୍ଥାପନା କରିବା ଏବଂ ପ୍ରତ୍ୟେକ ପଞ୍ଚାୟତ ସହିତ ପ୍ରତି ଗ୍ରାମରେ ଛୋଟ ଛୋଟ କମିଟି ତିଆରି କରି ବୈଠକ କରିବା ସମ୍ପର୍କରେ ଆଲୋଚନା କରିଥିଲେ। ପରିଶେଷରେ କଳାଙ୍ଗ ପଞ୍ଚାୟତ ସଭାପତି ଧର୍ମାନନ୍ଦ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।