ଢ଼େଙ୍କାନାଳ : ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ନୂଆକୋଟ ଗ୍ରାମ ନନ୍ଦିନିଆ ରିଜର୍ଭ ଜଙ୍ଗଲରେ ହୋଇଥିବା ଆଣ୍ଟି କୋଚିଂ ସେଣ୍ଟର ଠାରୁ ମାତ୍ର ୧୦୦ ମିଟର ଦୂରତା ମଧ୍ୟରେ ଗୋଟିଏ ଜଙ୍ଗଲୀ ହାତୀ ମରି ପଡିଥିଲେ ମଧ୍ୟ ବନବିଭାଗ ଟେର୍ ପାଇନଥିଲା।
ସୂଚନା ଅନୁଯାୟୀ ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ନୂଆକୋଟ ଗ୍ରାମ ନନ୍ଦିନିଆ ରିଜର୍ଭ ଜଙ୍ଗଲରେ ହୋଇଥିବା ଆଣ୍ଟି କୋଚିଂ ସେଣ୍ଟର ଠାରୁ ମାତ୍ର ୧୦୦ ମିଟର ଦୂରତା ମଧ୍ୟରେ ଦୁର୍ଗନ୍ଧ ହେବାରୁ ଗଳିତ ମଲା ହାତୀର ଶବକୁ ବୁଧବାର ସନ୍ଧ୍ୟା ସମୟରେ ବନବିଭାଗ ପୋତି ଦେଇଛି। ଏଠାରେ ପ୍ରଶ୍ନ ଉଠୁଛି ସେଠାରେ କାର୍ଯ୍ୟରତ ବନ କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି ନା ଶୋଇ ରହୁଛନ୍ତି ଯେଉଁଥିପାଇଁ କିଛି ଜାଣି ପାରିଲେ ନାହିଁ । ଲୋକମାନଙ୍କ କହିବା କଥା କି ବନବିଭାଗ କେବଳ ଗଛ ଲଗାଇବା ନାଁ ରେ ହରିଲୁଟ୍ କରିବାରେ ବ୍ୟସ୍ତ, ତେଣିକି ଜଙ୍ଗଲୀ ଜୀବଜନ୍ତୁ ସୁରକ୍ଷିତ ରହିଲେ କେତେ ନରହିଲେ କେତେ। ଡିଏଫ୍ଓ କହିବା କଥା ଶବ ଟି ପ୍ରାୟ ୧୫ ଦିନ ହେଲାଣି ମରି ପଡିଥିବାର ଅନୁମାନ କରାଯାଉଛି।
ଏହା ପରେ ଏଠାରେ କାର୍ଯ୍ୟରତ ବନ କର୍ମଚାରୀ ଙ୍କ କାର୍ଯ୍ୟ କୁ ନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବନବିଭାଗ ର ଏମିତି ଅବହେଳା କାରଣରୁ କେତେ ଯେ ଜୀବଜନ୍ତୁ ପ୍ରାଣ ହରାଇଛନ୍ତି ସେ କଥା କିଏ କହିବ।
ଦେଖିବାକୁ ବାକି ରହିଲା କେବେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।