ଢେଙ୍କାନାଳ : ଜିଲ୍ଲା ବିଜେପି ପଦାଧିକାରୀ ବୈଠକ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି ।
ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି ମୁଖ୍ୟ ଅତିଥି ଓ ରାଜ୍ୟ ବିଜେପି ଉପସଭାନେତ୍ରୀ ତଥା ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ପ୍ରଭାତି ପରିଡା, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଢେଙ୍କାନାଳ ଲୋକସଭା କ୍ଷେତ୍ରର ପ୍ରବାସ ସଂଯୋଜକ ପ୍ରେମାନନ୍ଦ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ସମସ୍ତ ମଣ୍ଡଳର ଦଳର ସ୍ଥିତି ବାବଦରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବା ସହ ପ୍ରତ୍ୟେକ ମଣ୍ଡଳକୁ ସଶକ୍ତ କରି ବୁଥ୍କୁ ଆହୁରି ମଜବୁତ କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଥିଲେ ।
ମୋଦି ସରକାର ପୂର୍ବରୁ ଦେଶର ସ୍ଥିତି ଓ ଏବେକାର ସ୍ଥିତି ଯଥା ବିଶ୍ୱସ୍ତରରେ ଭାରତର ନେତୃତ୍ୱ ଓ ସମ୍ମାନ ଉପରେ ଆଲୋକପାତ କରିଥିଲେ । ତତ୍ସଙ୍ଗେ ସଙ୍ଗେ ମୋଦି ସରକାର ନେଇଥିବା ଐତିହାସିକ ନିଷ୍ପତିଗୁଡିକ ଓ ଜନହୀତକର ଯୋଜନାଗୁଡିକ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏ ସବୁକୁ ବୁଥ୍ ସ୍ତରରେ ପ୍ରଚାର ଓ ପ୍ରସାର କରି ଅଧିକରୁ ଅଧିକ ଯୁବକ ଓ ମହିଳାମାନଙ୍କୁ ଦଳରେ ସାମିଲ୍ କରିବା ପାଇଁ ଆହ୍ୱାନ ଦେବାସହ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠୁଁ ପ୍ରସ୍ତୁତ ହୋଇ ରହିବା ପାଇଁ ପରାମର୍ଶ ଦେଇଥିଲେ ।
୧୯୯୯ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ତାଳଚେର ଠାରେ ଯେଉଁ ମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଖରେ ବସାଇ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ, ସେହି ମଂଚକୁ ନିଜର ରାଜନୈତକ ସାଧାରଣ ସଭା ପାଇଁ ଭାଙ୍ଗିଦେବା କେତେଦୂର ସମୀଚିନ ପ୍ରାକ୍ତନ ସାଂସଦ ଶ୍ରୀ ପାଣି ପ୍ରଶ୍ନ କରିବା ସହ ଏତାଦୃଶ କାର୍ଯ୍ୟକୁ ତୀବ୍ର ନିନ୍ଦା କରିଥିଲେ ।
ଉକ୍ତ ବୈଠକରେ ଜିଲ୍ଲା ସାଧାରଣ ସଂପାଦକ ରତିକାନ୍ତ ସାହୁ ଅତିଥି ପରିଚୟ କରିଥିବା ସ୍ଥଳେ ଜିଲ୍ଲା ଉପସଭାପତି ବିଷ୍ଣୁପ୍ରସାଦ ଲେଙ୍କା ସାଙ୍ଗଠନିକ ବୃତ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ପୂର୍ବତନ ନଗରପାଳ ସୁନିଲ୍ ଶର୍ମା, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବକିଶୋର ଗୁରୁ, ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ଭାରତୀ ସ୍ୱାଇଁ, ସନାତନ ବେହେରା, କୋଷାଧ୍ୟକ୍ଷ ସଞ୍ଜିବ ମହାପାତ୍ର, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀବ ଯଶୋବନ୍ତ ମହିମା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସହଦେବ ପୃଷ୍ଟି, ଜିଲ୍ଲା ଅନୁସୂଚିତ ଉପଜାତି ସଭାପତି ମଦନ ହେମ୍ବ୍ରମ, ଜିଲ୍ଲା ବୁଦ୍ଧିଜୀବୀ ସେଲ୍ ଆବାହକ ପ୍ରମୋଦ ନନ୍ଦ, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟରଞ୍ଜନ ଭୂୟାଁ, ଅଞ୍ଜନ ପାଣି, ବରିଷ୍ଠ ନେତା ପବିତ୍ର ମୋହନ ବିଶ୍ୱାଳ, ପ୍ରଦୀପ ନାୟକ, ନିବେଦିତା ରାଉତ, ଶିବରାମ ସାହୁ, ଉମେଶ ନନ୍ଦ, ସୁଶାନ୍ତ ପତି, ନିର୍ମଳ ବିହାରୀ, ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳ ପ୍ରଭାରୀ, ସଂଯୋଜକ, ଜିଲ୍ଲାପରିଷଦ ସଦସ୍ୟ ଓ ନିର୍ବାଚନରେ ଲଢିଥିବା ସମସ୍ତ ପ୍ରାର୍ଥୀ, ସମସ୍ତ ନିର୍ବାଚିତ ପ୍ରତିନିଧି ବୈଠକରେ ଉପସ୍ଥିତ ଥିଲେ । ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ ।