ଢେଙ୍କାନାଳ : ଚଳିତ ଡିସେମ୍ବର ୨୫ ରୁ ୨୭ ତାରିଖ ତିନିଦିନ ପର୍ଯ୍ୟନ୍ତ ଏକ କର୍ମଶାଳା ଆମ ଶିକ୍ଷାକେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ ପଠନରତ ଓ ପୁରାତନ ଛାତ୍ରଛାତ୍ରୀ ୨୦୦ଜଣ ଅଂଶ ଗ୍ରହଣ କରିଥିଲେ । ୨୫ ତାରିଖ ପୂର୍ବାହ୍ନ ୯ ଘଟିକା ସମୟରେ ଉକ୍ତ କର୍ମଶାଳା ଉଦ୍ଗାଟନ କରାଯାଇଥିଲା । ଏହା ପରେ ଛାତ୍ରଛାତ୍ରୀମାନେ ନିଜ ନିଜ ବିଷୟରେ ମତାମତ ପ୍ରଦାନ କରିଥିଲେ । ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟମାନେ ସାପଙ୍କ ବିଷୟରେ ଅନେକ ଓ ଅଜଣା କଥା ପିଲାମାନଙ୍କୁ ଜଣାଇଥିଲେ ।
ଉପରାହ୍ନରେ ବିଜ୍ଞାନ କେନ୍ଦ୍ରର ଅଧିକାରୀ ହିମାଂଶୁ ଶେଖର ଶତପଥୀ ବିଜ୍ଞାନର ଉପାଦେୟତା ଉପରେ ଆଲୋଚନା କରିବା ସହିତ ଏକ ଭିଡିଓ ଶୋ କରାଇଥିଲେ । ଗତ ୨୬ ତାରିଖ ଦିନ ପିଲାମାନେ ମାର୍ଶାଲ୍ ଆର୍ଟ କରିଥିଲେ । ଉକ୍ତ ଦିନ ନିକଟସ୍ଥ ପାହାଡ ଚଢିବା ସହିତ ନିକଟସ୍ଥ ଶ୍ରୀଅରବିନ୍ଦ ରେଲିକ୍ ସେଂଟରକୁ ଦର୍ଶନ କରିବାକୁ ଯାଇଥିଲେ । ଉକ୍ତ ଦିନ ଏକ କୁଇଜ୍ କମ୍ପିଟେସନ୍ ମଧ୍ୟ କରାଯାଇଥିଲା । ଅଦ୍ୟ ସକାଳ ୭ ଘଟିକା ସମୟରେ ପଥପ୍ରାନ୍ତ ନାଟକ ଏବଂ ଡ୍ୟାନ୍ସ ମାଧ୍ୟମରେ ରୋଡ୍ ସେଫ୍ଟି ବିଷୟ ଲୋକମାନଙ୍କୁ ଅବଗତ କରାଇଥିଲେ ।
ଉକ୍ତ ଦିନ ମଧ୍ୟ ବିଜ୍ଞାନ ଉପରେ ଏକ କୁଇଜ୍ କରାଯାଇଥିଲା । ସଂଧ୍ୟା ୬ ଘଟିକା ସମୟରେ ପଠନରତ ଓ ପୁରାତନ ଛାତ୍ରଛାତ୍ରୀମାନେ ଚିତାକ୍ରଷକ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ । ପ୍ରତ୍ୟେକ ଦିନ ସକାଳ ଆସନ ପ୍ରାଣାୟମ କରାଯାଇଥିଲା ଏବଂ ସକାଳ, ଅପରାହ୍ନ ଓ ସଂଧ୍ୟାବେଳେ ପ୍ରସାଦସେବନର ବ୍ୟବସ୍ଥା ମଧ୍ୟ ଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷା କେନ୍ଦ୍ରର ସମ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ର ସଂସଦ ସହଯୋଗ କରିଥିଲେ ।