ଓଡିଶା ସ୍ୱତନ୍ତ୍ର ସଶସ୍ତ ଆରକ୍ଷୀ ବାହିନୀ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ !

ଢେଙ୍କାନାଳ : ସହର ନିକଟସ୍ଥ ସାରଖିଆ ଠାରେ ଥିବା ଓଡିଶା ସ୍ୱତନ୍ତ୍ର ସଶସ୍ତ ଆରକ୍ଷୀ ବାହିନୀ ପ୍ରଥମ ବାଟାଲିୟନ ପରିସରରେ ସେଠାକାର ଯବାନ ମାନଙ୍କୁ ନେଇ ଏକ ସ୍ୱେଛାକୃତ ରକ୍ତଦାନ ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିରକୁ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଉଦଘାଟନ କରିଥିବା ବେଳେ ତାଙ୍କ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଶୋକ କୁମାର ଦାସ, ଓଡିଶା ସ୍ୱତନ୍ତ୍ର ସଶସ୍ତ ଆରକ୍ଷୀବାହିନୀର ଦୁର୍ଗପତି ସୁନୀଲ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୧୦୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

ଏହି ଶିବିରରେ ଜ଼ିଲ୍ଲାପରିଷଦ ଜୋନ ୨ର ସଦସ୍ୟା ଝରଶ୍ମିତା ଦେହୁରୀ ପ୍ରଥମେ ରକ୍ତ ଦାନ କରି ଶିବିରର ଶୁଭାରମ୍ଭ କରିଥିବା ବେଳେ ବାଟାଲିୟନର ଯବାନ ମାନେ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରକୁ ସ୍ଥାନୀୟ ଯୁବ ନେତା ବିଭୂପ୍ରସାଦ ଦେହୁରୀ ଙ୍କ ସହିତ ସିପାହୀ ସଂଘର ସମ୍ପାଦକ ଅଭିଷେକ ମିଶ୍ର, ବିଶ୍ୱଜିତ ନାୟକ ଏବଂ ସିପାହୀ ଓ ହାବିଲଦାର ସଙ୍ଘର ପଦସ୍ଥ କର୍ମକର୍ତା ଶିବିରକୁ ପରିଚାଳନା କରିଥିଲେ ।

ଜିଲ୍ଲା ବ୍ଲଡ଼ବ୍ୟାଙ୍କ ର ଡାକ୍ତର ଜୟନାରାୟଣ ପାଢ଼ୀ, ଟେକନିସିଆନ ପରମାନନ୍ଦ ପଣ୍ଡା, ଅଜୟ କୁମାର ସ୍ୱାଇଁ, ରାକେଶ ସାହୁ, ତପନ ଜେନା ପ୍ରମୁଖ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ । ଏଥିସହିତ ସ୍ୱତନ୍ତ୍ର ସଶସ୍ତ ଆରକ୍ଷୀ ବାହିନୀ ପ୍ରଥମ ବାଟାଲିୟନର ସମସ୍ତ ଅଫିସରମାନେ ଉପସ୍ଥିତ ରହି ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.

12 − 7 =