ଭୁବନ ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ  !

ଢ଼େଙ୍କାନାଳ : ଭୁବନର ପ୍ରଥମ ଇଂଲିଶ ମିଡିୟମ ସ୍କୁଲ ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଦୁଇ ଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି ।

ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନନ୍ଦ କିଶୋର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ହିକ କ୍ରୀଡା ଉତ୍ସବରେ ନଗରପାଳ ଶୁଭେନ୍ଦୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ଯେ , ସୁସ୍ଥ ଶରୀର ଓ ଉତମ ଚରିତ୍ର ଗଠନ ପାଇଁ କ୍ରୀଡା ଅପରିହାର୍ଯ୍ୟ ।

ବିଦ୍ୟାଳୟ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ବେହେରା , ଉପାଧ୍ୟକ୍ଷ ସନ୍ତୋଷ କୁମାର ମିଶ୍ର , ସଂପାଦକ ହରିହର ମିଶ୍ର , ମୁଖ୍ୟ ପରାମର୍ଶଦାତା ଲକ୍ଷ୍ମଣ କୁମାର ସାହୁ , ପରିଚାଳନା କମିଟି ବରିଷ୍ଠ ସଭ୍ୟ ଭାଗବତ ଗୁରୁ ଓ ନୃସିଂହ ଚରଣ ସାହୁ ଯୋଗଦେଇଥିଲେ । ସ୍ୱପ୍ଲିନା ବର୍ଦ୍ଧନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ମୃତିରେଖା ତ୍ରିପାଠୀ ବାର୍ଷିକ ବିବରଣୀ ପାଠ ମାଧ୍ୟମରେ ବିଦ୍ୟାଳୟର ସଫଳତା ଓ ଅଭାବ ଅସୁବିଧା ସଂପର୍କରେ ମୁଖ୍ୟ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ସୌଭାଗ୍ୟ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ । ଗେହ୍ଲି ସାହୁ ଙ୍କ ତତ୍ୱାବଧାନରେ ଲମ୍ବ ଦୌଡ ,ଗଣିତ ଖେଳ ,ମ୍ୟୁଜିକ ଚେୟାର , ଜିଲାପି ଦୌଡ ଇତ୍ୟାଦି କେଳ ଅନୁଷ୍ଠିତ ହୋଇଥିଲା । କୃତୀ କ୍ରୀଡାବିତ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବାର୍ଷିକ କ୍ରୀଡା ରେ ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ଓ କର୍ମଚାରୀ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗ କରିଥିଲେ ।

Leave A Reply

Your email address will not be published.

14 − eleven =