ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟଳୟ ରେ ଏକ ଦିଗଦର୍ଶନ ତଥା ଆଭି ମୁଖି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଅନୁଷ୍ଠାନର ଅଧକ୍ଷ ଚିତ୍ତରଞ୍ଜନ ଦାଶ ଏହାକୁ ଆନୁଷ୍ଟାନିକ ଭାବେ ଉଦ୍ଘାଟନ କରି ଜାତୀୟ ସେବାଯୋଜନାର ଜନ୍ମ ବୃତ୍ତାନ୍ତ ବର୍ଣ୍ଣନା କରିଥିଲେ l ଏହା ସହ ସଭାପତି ଙ୍କ ଅନୁମତି କ୍ରମେ ବାଣୀଜ୍ୟ ବିଭାଗର ମୁଖ୍ୟ ତଥା ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ସୁଧାଂଶୁ ଶେଖର ପାତ୍ର ଓରିଏଣ୍ଟସନ କାର୍ଯ୍ୟକ୍ରମ ପରିଚାଲନା କରିଥିଲେ l ମୁଖ୍ୟ ସମ୍ବନ୍ଧ ବ୍ୟକ୍ତିତ୍ୱ ହିସାବରେ ପ୍ର, ପାତ୍ର ଜାତୀୟ ସେବାଯୋଜନାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବା ସହ ରାଷ୍ଟ୍ର ଗଠନରେ ସ୍ବେଛାସେବୀ ର ବଳିଷ୍ଠ ଭୂମିକା ପ୍ରତି ଦୃଷ୍ଟି ପାତ କରିଥିଲେ l
ଯୁବ ରେଡ଼କ୍ରସ କାଉନସିଲର ପ୍ର, ପ୍ରଶାନ୍ତ କୁମାର ମିଶ୍ର ଜୀବନ ଗଠନରେ ସ୍ବେଛାସେବୀଙ୍କ ଦୃଷ୍ଟି ଭଙ୍ଗି ଉପରେ ଆଲୋକ ପାତ କରିବା ଶହ ବାସ୍ତବ ଉଡାହାରଣ ମାନ ପ୍ରତିଫଳିତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରକୋଷ୍ଟର ସଂଯୋଜିକା ସ୍ୱପ୍ନିତା ରାଉତ, ଶ୍ରିଲେଖା ରାୟ, ନବକିଶୋର ସି, ଲଳିତ କୁମାର ବେହେରା, ଶ୍ରଦ୍ଧାଞ୍ଜଳି ସ୍ୱାଇଁ ପ୍ରମୁଖ ନିଜ ନିଜର ବଳିଷ୍ଠ ମତ ପ୍ରଦାନ କରିବା ସହ ମାର୍ଗ ଦର୍ଶନ କରାଇଥିଲେ l
ଏହି କାର୍ଯ୍ୟକ୍ରମକୁ ସମସ୍ତ କର୍ମଚାରି, ଛାତ୍ର ଛାତ୍ରୀ, ସ୍ବେଛାସେବୀ ସୂଚାରୁ ରୂପେ ସମ୍ପାଦନ କରିଥିଲେ l ଶେଷରେ ୟୁନିଟ ପ୍ରୋଗ୍ରାମ ଅଫିସର ପ୍ରଦୀପ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l