ଢେଙ୍କାନାଳ ଜ଼ିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଣସିଂହ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆରୋଗ୍ୟମ ଯୋଗ ଏବଂ ୱେଲଫେୟାର ଆସୋସିଏସନ୍, ଢେଙ୍କାନାଳ ଜ଼ିଲ୍ଲା ଦ୍ୱାରା ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଅଛି ।
ଉକ୍ତ କାର୍ଯ୍ୟକର୍ମ ରେ ବଣସିଂହ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ପ୍ରମିଳା ବେହେରା, ଏମ ବି କେ ଶ୍ରୀମତୀ ସଂଗୀତା ରାଉତ, ସି ଆର ପି ମାନେ, ସଂୟ ସହାୟକ ଗୋଷ୍ଠୀ ର ମହିଳା ମାନେ ତଥା ଆଇୱା ଢେଙ୍କାନାଳ ର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପାରମ୍ଭ ରେ ଉପସ୍ଥିତ ସମସ୍ତ ମହିଳା ମାନଙ୍କୁ ନେଇ ଆଇଓ୍ୟା ର କର୍ମକର୍ତ୍ତା ମାନେ ଏକ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି ଶକ୍ତି ସଂରକ୍ଷଣ ଉପରେ ସ୍ଲୋଗାନ ଦେବା ସହ ପ୍ଲାକାର୍ଡ ପଦର୍ଶନ କରି ଲୋକ ମାନଙ୍କୁ ସଚେତନ କରାଇଥିଲେ |ସେହି ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା ।
ପରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶକ୍ତି ସଂରକ୍ଷଣ ଉପରେ ଏକ ଆଲୋଚନା ଚକ୍ର ଏବଂ ଜନ ସଚେତନତା ଅନୁଷ୍ଠିତ ହୋଇଥିଲା । ଆଲୋଚନା ଚକ୍ର କୁ ଆଇୱା ର ସମ୍ପାଦକ ପ୍ରଭାସ ଚନ୍ଦ୍ର ପାଢ଼ୀ ଆରମ୍ଭ କରି ଜାତୀୟ ଶକ୍ତି ସଂରକ୍ଷଣ ଦିବସ ତଥା ଶକ୍ତି ର ବିଭିନ୍ନ ଉତ୍ସ ଏବଂ ତାହାକୁ କିପରି ସଂରକ୍ଷଣ କରା ଯାଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ଏମ ବି କେ ଶ୍ରୀମତୀ ସଂଗୀତା ରାଉତ ମହିଳା ମାନେ ସଚେତନ ହେଲେ ପରିବର୍ତ୍ତନ ନିଶ୍ଚୟ ଆସିବ ବୋଲି କହିଥିଲେ ।
ଆଇୱା ର ନିର୍ଦ୍ଧେଶିକା ଅନସୂୟା ମିଶ୍ର ଆମେ ସଚେତନ ହେଲେ ଦେଶ ର ଉନ୍ନତି ହେବା ସଂଗେ ସଙ୍ଗେ ପରିବେଶ ମଧେ ସଚ୍ଛ ଏବଂ ସୁସ୍ଥ ରହିପାରିବ ବୋଲି କହିଥିଲେ କହିଥିଲେ ।
ଆଇୱା ର ଯୋଗ ପ୍ରଶିକ୍ଷିକା ମନସ୍ବିନୀ ମିଶ୍ର ସୁସ୍ଥ ରହିବା ପାଇଁ ଯୋଗ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଶେଷରେ ଆଇଓ୍ୟା ର କୋଷଧ୍ୟକ୍ଷ ତା୍ୟୁବ ଅନାସରୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।