ଢ଼େଙ୍କାନାଳ : ଭୁବନ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀ କୂଳରେ ଥିବା ସାଇ ନର୍ସରୀ ରୁ ମଧ୍ଯ ରୁ ମୃତ ବ୍ଯକ୍ତି ଉଧାର ହୋଇଛି ।
ସୂଚନା ମୁତାବକ ମୃତ ବ୍ଯକ୍ତି ଜଣକ ଗଁଦିଆ ବ୍ଲକ ମନ୍ଦାର ଚିତ୍ତଲ ପୁର ଗ୍ରାମର ଅକ୍ଷୟ ସେନାପତି ଙ୍କ ପୁଅ ଅଲେଖ ସେନାପତି (୨୪) । ବ୍ରାହ୍ମଣୀ ନଦୀ କୂଳରେ ଥିବା ସାଇ ନର୍ସରୀ ଫାର୍ମ ଟି ପୂର୍ବତନ ସୈନିକ ଙ୍କର । ମୃତ ଅଲେଖ ଫାର୍ମଟିକୁ ପାଞ୍ଚ ବର୍ଷ ହେବ ଭୁବନ ର ବାଲକୃଷ୍ଣ ସାହୁ ଙ୍କ ଠାରୁ ଲିଜ ରେ ନେଇଥିଲେ ।
ଏହି ଫାର୍ମ ମଧ୍ଯରେ ଅଲେଖଙ୍କୁ କେହି ଅମାନୁଷିକ ଭାବେ ହତ୍ୟା କରିଛି । ସନ୍ଦ୍ୟା ପ୍ରାୟ ୭ ଟା ବେଳକୁ ଏହି ହତ୍ୟା କାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ନର୍ସରୀ ବନ୍ଦ କରି ଶ୍ରମିକ ମାନେ ଘରକୁ ଯିବା ପରେ ଏଭଳି ଘଟଣା ଘଟି ଥିବାର ଅନୁମାନକରାଯାଉଛି । ତେବେ ତାଙ୍କ ଫୋନ କୁ ବାରମ୍ବାର ତାଙ୍କ ଭାଇ ଚକ୍ରଧର ଫୋନ କରିଥିଲେ । ଫୋନ ନଉଠାଇବାରୁ ଆସିଦେଖିଥିଲେ ସେତେ ବେଳକୁ ରକ୍ତ ଯୁଡୁବୁଡୁ ମୁର୍ମୁଷ ଅବସ୍ଥା ରେ ପଡ଼ିଥିଲେ । ସାଙ୍ଗେ ସାଙ୍ଗେ ଡାକ୍ତରଖାନାକୁ ନେଇ ଯାଇ ଥିଲେ ମଧ୍ଯ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ ।