ଢ଼େଙ୍କାନାଳ: ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଭୁବନ ବ୍ଲକ ଶିକ୍ଷା ବିଭାଗ ସହକାରୀ କିରାଣୀ ।
ସୂଚନା ମୁତାବକ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭୁବନ ବ୍ଲକ ଶିକ୍ଷାବିଭାଗ ସହକାରୀ କିରାଣି ବିଭୁ ପ୍ରସାଦ ବେହେରା । କଟକ ଓ ଢେଙ୍କାନାଳ ଭିଜିଲାନ୍ସ ବିଭାଗ ଟିମ ମିଳିତ ଚଢାଉରେ ସାମିଲ ହୋଇଥିଲେ ।
ଘଟଣାନୁସାରେ ଭୁବନ ଭିତରଦିଗ ପାଟଣା ବିଦ୍ୟାଳୟର
ଶିକ୍ଷୟିତ୍ରୀ ସୁଚିତ୍ରା ହୋତା ନିଜ ଚିକିତ୍ସା ବାବଦକୁ ସରକାରୀ ଅନୁଦାନ ଟଙ୍କା ୨୭ ହଜାର ଟଙ୍କାର ଏକ ବିଲ ପାସ କରାଇଦେବାକୁ କହି ବହୁ ଦିନ ହେଲା କାର୍ଯ୍ଯାଳୟକୁ ଧାଉଁଥିଲେ । କିନ୍ତୁ ସହକାରୀ କିରାଣି ଏଥିରେ ସହଯୋଗ ନକରି ତାଙ୍କ ଠାରୁ ଟଙ୍କା ମାଗିଥିଲେ । ଶେଷରେ ଶିକ୍ଷୟତ୍ରୀଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିନେଇଥିଲେ ।