ଢେଙ୍କାନାଳ : ଭାରତୀୟ ରକ୍ତ ଦାତା ମହାସଭାର ସ୍ଥାୟୀ ସଦସ୍ୟ ହୋଇଥିବା ଢେଙ୍କାନାଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ଦ୍ୱାରା ଏହାର ୨୭ତମ ତଥା ୪ର୍ଥ ସ୍ୱତନ୍ତ୍ର ମହିଳା ରକ୍ତଦାନ ଶିବିର ଦେଉଳସାହିସ୍ଥିତ ବଜରଙ୍ଗ କ୍ଲବ୍ ପରିସରରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ଏହି ଶିବିରରେ ୫୬ ୟୁନିଟି ରକ୍ତ ସଂଗୃହୀତ ହୋଇଥିଲା ।
ଏହି ସ୍ୱତନ୍ତ୍ର ୪ର୍ଥ ମହିଳା ରକ୍ତଦାନ ଶିବିରକୁ ଉଦ୍ଘାଟକ ଭାବେ ଜିଲ୍ଲାପରିଷଦ ସଭାପତି ଅର୍ଚ୍ଚନା ପୁହାଣ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ସଦର ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ ରକ୍ତଦାନ କରି ଉପସ୍ଥିତ ମହିଳାମାନଙ୍କ ପାଇଁ ପ୍ରରଣା ସାଜିବା ସହ ମହିଳାମାନଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହ କରିଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ପୌରପରିଷଦ ୨୦ନଂ ୱାର୍ଡର କାଉନ୍ସିଲର ରୋଜାଲିନ୍ ସାହୁ ଓ କଙ୍କଡାହାଡ ଗ୍ରାମ ପଂଚାୟତ ସମିତିସଭ୍ୟା ରାଧା ବେହେରା ରକ୍ତଦାନକରିଥିଲେ । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ରୀ ଦିପ୍ତୀମୟୀ ଲେଙ୍କା, ୧୨ନଂ ୱାର୍ଡ କାଉନ୍ସିଲର ଶୁଭଲକ୍ଷ୍ମୀ ସାହୁ, ରକ୍ତଦାତା ଅନୁପ୍ରେରକ ସଂଘ ସଭାପତି ବିରଂଚି ନାରାୟଣ ପାଣି ଓ ପୌରପରିଷଦର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୂଅଁର ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ସ୍ୱତନ୍ତ୍ର ମହିଳା ରକ୍ତଦାନ ଶିବିର ଆୟୋଜନରେ ଢେଙ୍କାନାଳ ରକ୍ତଭଣ୍ଡାରର ଟେକ୍ନିସିଆନ୍ ପରମାନନ୍ଦ ପଣ୍ଡା, ତପନ କୁମାର ଜେନା, ଅଜୟ କୁମାର ସ୍ୱାଇଁ, ବରୁଣ କୁମାର ସ୍ୱାଇଁ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ । ବଜରଙ୍ଗ କ୍ଲବର ସମ୍ପାଦକ ଶୁଭେନ୍ଦୁ କୁମାର ଷଡଙ୍ଗୀ, କୋଷାଧ୍ୟକ୍ଷ ପ୍ରିୟବ୍ରତ ସାସମଲ୍, ସୁବ୍ରତ ଦାସ, ଦେବାଶିଷ ମିଶ୍ର, ମହିଳା ସଭ୍ୟ ପ୍ରଣତି ମିଶ୍ର, ସସ୍ମିତା ମାଝି, ସମୀକ୍ଷା ନନ୍ଦ, ରୁଦ୍ରାକ୍ଷ ମୁଦୁଲି, ହରପ୍ରିୟା ମହାପାତ୍ର, ସୁନନ୍ଦା ରାଉଳ, ରାଜନନ୍ଦିନୀ ହୋତା, ସଭ୍ୟ ବିଶ୍ୱଜିତ୍ ବେହେରା, ପ୍ରକାଶ ବେହେରା, ସ୍ମାରକ ରଞ୍ଜନ ଦାସ, ରାଜେଶ ବେହେରା, ସନ୍ଦୀପ କୁମାର ପଣ୍ଡା, ଶଶିଭୂଷଣ ପରିଡା, ରବିନ୍ଦ୍ର ସୋନି, ଚିନ୍ମୟାନନ୍ଦ ନାଥ, ଶୁଭମ୍ ଗୁରୁମ୍, ପ୍ରୀତମ୍ ମହାନ୍ତି, ଦେବାଶିଷ ନାୟକ ପ୍ରମୁଖ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ ।