ନବ ନିଯୁକ୍ତି ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମୀଙ୍କ କ୍ଷେତ ପରିଦର୍ଶନ !

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦେଓଗାଁ ପଞ୍ଚାୟତ ମହୁଲଖୋଳି ଗ୍ରାମରେ ଓଡିଶା ସରକାର ଙ୍କର ନବ ନିଯୁକ୍ତି ସୟେଲ କଞ୍ଜର୍ଭସେନ ଏକ୍ସଟେନସନ ୱାରକର (ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମୀ ) ୯୦ ରୁ ଉର୍ଦ୍ଧ୍ବ କର୍ମୀଙ୍କ ସମେତ ଅଧିକାରୀଙ୍କ କ୍ଷେତ ପରିଦର୍ଶନ କରିଛନ୍ତି ।

ଏଥି ସହିତ କାଲିଚରଣ ବେହେରା ଡ଼େପୁଟି ଡାଇରେକ୍ଟର ଇମେଜ ଜଗତ ବଲ୍ଲବ ଦାସ ଆସିଷ୍ଟାଣ୍ଟ ଏକଯୁକ୍ଟିଭ ଇଞ୍ଜିନିୟର ହେଡକ୍ଵାଟର ଭୁବନେଶ୍ବର ଓ ପ୍ରାଣବନ୍ଧୁ ସେଠୀ ଅବଜରଭର ଢେଙ୍କାନାଳ ପ୍ରମୁଖ ଉପସ୍ଥିତ ରହି ନୂତନ କଲମ୍ବୀ କାଜୁ ପ୍ଲାଣ୍ଟେସନ, କ୍ଷେତ ପୋଖରୀ, ଓ ବିଭିନ୍ନ ପ୍ରକାର କିସମ କଲମ୍ବି ପିଜୁଳି, ଆମ୍ବ, କଦଳୀ ଓ ପନିପରିବା ଚାଷ ପରିଦର୍ଶନ କରିଥିଲେ ।

ମହୁଲଖୋଳି ଗ୍ରାମର ଯୁବ ଉଦ୍ୟଗୀ ଚାଷୀ ଗୋପବନ୍ଧୁ ବେହେରା ,ଆଲୋକ ମହାଭୋଇ ବିଭିନ୍ନ ପ୍ରକାର ଚାଷ ବିଷୟରେ ଅନୁଭୂତି ଆଲୋଚନା କରିଥିଲେ । ଧରଣୀଧର ଗୋଛାୟତ ଦୟାନିଧି ବେହେରା, ବିପିନ ସାମଲ, ହେମନ୍ତ ଗୋଚ୍ଛାୟତ,ରାଧାରାଣୀ ବେହେରା,ଅଖିଳ ମହାଭୋଇ, ଅଦ୍ୱୈତ ବେହେରା, ବିକାଶ ଗୋଛାୟତ, ଗର୍ନ୍ଦବସେନ ଦେହୁରୀ, ପ୍ରଶ୍ନନ ସାମଲ ଓ ପରିଶେଷରେ ବିଶ୍ୱନାଥ ବେହେରା,ମାନସ ସେଠୀ ସମସ୍ତ କର୍ମୀଙ୍କୁ ପରିଦର୍ଶନରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

four × 2 =