ନବ ନିର୍ବାଚିତ ପୌରଅଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଦାୟିତ୍ୱ ଗ୍ରହଣ !

ଢେଙ୍କାନାଳ : ଢେଙ୍କାନାଳ ପୌରାଞ୍ଚଳରେ ପ୍ରତ୍ୟକ୍ଷ ଅନୁଷ୍ଠିତ ପୌରଅଧ୍ୟକ୍ଷ ନିର୍ବାଚନରେ ଭାଜପା ବାଜିମାତ କରିଥିବା ବେଳେ ନବ ନିର୍ବାଚିତ ପୌରଅଧ୍ୟକ୍ଷା ଜୟନ୍ତୀ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି ।

ନବ ନିର୍ବାଚିତ ୯ ଜଣ କାଉନସିଲର ଓ ଦଳୀୟ କର୍ମୀମାନେ ନଗରପାଳ ଶ୍ରୀମତୀ ପାତ୍ରଙ୍କୁ ପାଛୋଟି ନେଇଥିବା ବେଳେ ଶ୍ରୀମତୀ ପାତ୍ର ପୌର କାର୍ଯ୍ୟାଳୟ ଠାରେ ଥିବା ତାଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିବା ସହ ଦାୟିତ୍ୱ ଗ୍ରହଣ କରିଥିଲେ । ୨୯ ତମ ନଗରପାଳ ଭାବେ ଶ୍ରୀମତୀ ପାତ୍ର ଦାୟିତ୍ୱ ଗ୍ରହଣ କରିଥିବା ବେଳେ ତାଙ୍କୁ ବିଭିନ୍ନ ବର୍ଗର ଜନସାଧାରଣ ଅଫିସରେ ପହଞ୍ଚି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ସହକାରୀ ଯନ୍ତ୍ରୀ ଶ୍ରୀଲକ୍ଷ୍ମୀ ମହାପାତ୍ର ,ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର, ସାନିଟାଇଜ ଅଫିସର ସରୋଜ କୁମାର ସାହୁ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପରେ ପରେ ଅଫିସର ସମସ୍ତ କର୍ମଚାରୀ ନଗରପାଳିକାଙ୍କୁ ଭେଟି ସ୍ୱାଗତ ଜଣାଇଥିଲେ ।

ଏହି ଅବସରରେ ନଗରପାଳିକା ଶ୍ରୀମତୀ ପାତ୍ର ଢେଙ୍କାନାଳ ପୌରାଂଚଳକୁ ୧ ନଂ. କରି ଗଢିତୋଳିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ପ୍ରଥମତଃ ଢେଙ୍କାନାଳ ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ସହ ପୌରାଂଚଳରେ ସିଟି ହସ୍ପିଟାଲ ସ୍ଥାପନା ପାଇଁ ଉଦ୍ୟମ କରିବେ ବୋଲି କହିଥିଲେ ।ପାନୀୟ ଜଳର ସୁବିଧା କରିବା ସହିତ ସହରର ଚତୁଃପାଶ୍ୱର୍ରେ ପ୍ରବେଶ ପଥରେ ତୋରଣ ନିର୍ମାଣ କରିବାକୁ କହିଥିଲେ ।

ଏପରିକି ୱାର୍ଡ ଗୁଡିକ ପରିଦର୍ଶନ କରିବା ପରେ ୱାର୍ଡରେ ଥିବା ସମସ୍ୟା ଗୁଡିକର ସୁଧାର ଆଣିବେ ବୋଲି ଶ୍ରୀମତୀ ପାତ୍ର ଗଣମାଧ୍ୟମରେ କହିଥିଲେ । ଏହି ଅବସରରେ ଭାଜପାର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଉପସଭାପତି ନବକିଶୋର ଗୁରୁ , ସାଧାରଣ ସମ୍ପାଦକ ମାତୃପ୍ରସାଦ ନନ୍ଦ,ନବ ନିର୍ବାଚିତ କାଉନସିଲର ନିରୋଦ କୁମାର ସାହୁଙ୍କ ନେତୃତ୍ୱରେ ୧ ନଂ.ୱାର୍ଡ କାଉନସିଲର ବଳରାମ ସେଠୀ, ୮ ନଂ.ୱାର୍ଡ କାଉନସିଲର ପ୍ରତାପ ନାଏକ, ୯ ନଂ.ୱାର୍ଡ କାଉନସିଲର ସୂର୍ଯ୍ୟପ୍ରତାପ ରାଉତ,୧୦ ନଂ. ୱାର୍ଡ କାଉନସିଲର ସୁମିତ୍ରା ମଲ୍ଲିକ, ୧୧ ନଂ.ୱାର୍ଡ କାଉନସିଲର ଲକ୍ଷ୍ମୀପ୍ରିୟା ଦଳେଇ , ୧୯ ନଂ.ୱାର୍ଡ କାଉନସିଲର ଅନୀତା ମଲ୍ଲିକ, ୨୧ ନଂ.ୱାର୍ଡ କାଉନସିଲର ମମତା ସାହୁ, ୨୨ ନଂ.ୱାର୍ଡ କାଉନସିଲର ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

seventeen − 6 =