ଢ଼େଙ୍କାନାଳ : ଭୁବନ ଅବକାରୀ ଥାନା ଅନ୍ତର୍ଗତ ବାସୁଦେଇପୁର ଗ୍ରାମରୁ କଫ ସିରପ ବୋତଲ ଜବତ ସହ ଜଣେ ମହିଳା ଗିରଫ ।
ସୂଚନା ମୁତାବକ ଭୁବନ ଅଞ୍ଚଳ ର ସୁରପ୍ରତାପପୁର ଦୟାଣାବିଲ ଓ ଗଡ଼ନୃଶିଂହ ପଂଚାୟତ ରେ ବ୍ୟାପକ ଭାବରେ ନିଶା ଓଷଧ କପ ସିରଫ ବିକ୍ରୀ ହେଉଥିବାର ଅଭିଯୋଗ ହୋଇଆସୁଥିଲା ।ବାରମ୍ବାର ଅଭିଯୋଗ ହେଉଥିଲେ ବି ନା ଅବକାରୀ ବିଭାଗ ନା ପୋଲିସ ବିଭାଗ ଧରିପାରୁନଥିଲେ । ଜିଲ୍ଲାପାଳ ସରୋଜ କୁମାର ସେଠି ଓ ଅବକାରୀ ଅଧିକ୍ଷକ ପ୍ରଦୀପ ପାଣିଗ୍ରାହୀ ଙ୍କ ନିର୍ଦେଶ କ୍ରମେ ବାସୁଦେଇପୁର ଗ୍ରାମରେ ଚଢ଼ାଉ କରି ଜଣେ ମହିଳା ଘରେ ଭୁବନ ଦାଇତ୍ୱ ରେ ଥିବା କାମାକ୍ଷା ନଗର ଅବକାରୀ ଅଧିକାରୀ ସଂଜୀବ ଶର୍ମା ଙ୍କ ନେତୃତ୍ୱ ରେ ଚଢ଼ାଉ ହୋଇଥିଲେ ।
ଚଢ଼ାଉ ସମୟରେ ସଂପୃକ୍ତ ମହିଳା ଙ୍କ ଘରୁ ଚାଳିଶ ଟି କଫ ସିରପ ଜବତ କରାଯାଇଥିଲା । ମହିଳା ଜଣଙ୍କୁ ଗିରଫ କରାଯାଇ କାମାକ୍ଷା ନଗର ଅଦାଲତ ରେ ହଜାର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ କାରାଗାର କୁ ପଠାଇଦିଆଯାଇଥିବା ଅବକାରୀ ଅଧିକ୍ଷକ ଙ୍କ ଠାରୁ ଜଣାପଡିଛି ।