ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଢେଙ୍କାନାଳ ସାଂସଦ !

ଢ଼େଙ୍କାନାଳ : ହିନ୍ଦୋଳ ଏନ୍ ଏ ସି ୮ ନମ୍ବର ୱାର୍ଡର କାଉନସିଲର ରଶ୍ମିତା ସାହୁ (୩୫) ଙ୍କ ଗତ ୧ ତାରିଖ ଗୁରୁବାର ଦିନ ପରଲୋକ ଘଟିଥିବା ଖବର ପାଇ ଢେ଼ଙ୍କାନାଳ ସାଂସଦ ମହେଶ ସାହୁ ତାଙ୍କ ପାଟଣା ସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ସ୍ବାମୀ କାଳିଆ ସାହୁ ଓ ଶୋକସନ୍ତପ୍ତ ପରିବାରଙ୍କୁ ଭେଟି ସମବେଦନା ଜଣାଇ ଦୁଃଖ ପ୍ରକାଶ କରିଥିଲେ ।

ସାଂସଦ ନିଜର ମତ ପ୍ରକାଶ କରି କହିଥିଲେ କାଉନ୍ସିଲର ରଶ୍ମିତା ସାହୁଙ୍କ ବିୟୋଗ ୮ ନମ୍ବର ୱାର୍ଡ ବାସୀ ,ବିଜୁ ଜନତା ଦଳ ଓ ହିନ୍ଦୋଳ ବାସୀଙ୍କୁ ପାଇଁ ଅପୁରଣୀୟ କ୍ଷତି ଘଟିଛି । ସ୍ୱର୍ଗତା ସାହୁ ଙ୍କ ଭଳିଆ ଜଣେ ପରଉପକାରୀ , ମିଷ୍ଟାଭାଷୀ ,ଭଲ, ଶାନ୍ତ, ଅତ୍ୟନ୍ତ ସରଳ ନାରୀ ନେତ୍ରୀ ମିଳିବା ବହୁତ କଷ୍ଟକର ଓ ତାଙ୍କ କାର୍ଯ୍ୟ ବହୁତ ଉଚ୍ଚ କୋଟିର । ତାଙ୍କ ଦୁଖଦ ଖବର ଶୁଣି ମୁଁ ରହିପାରି ନଥିଲି ସେଥିପାଇଁ ଖବର ପାଉ ପାଉ ତାଙ୍କ ବାସଭବନ ରେ ପହଞ୍ଚିବାକୁ ଚେଷ୍ଟା କରିଥିଲି । ମୃତ୍ୟୁ ଖବର ପାଇ ସାଂସଦ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନ ରେ ପହଞ୍ଚି ସ୍ୱର୍ଗତା ରଶ୍ମିତା ସାହୁ ଙ୍କ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ ।

ମର ଶରୀରକୁ ଏକ ପଟୁଆରରେ ନିଆଯାଇ ହିନ୍ଦୋଳର କାନ୍ଦରାଶୁଣି ସ୍ଥିତ ଶାନ୍ତିଧାମ ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।ମୃତ୍ୟୁ ଶଯ୍ୟା ନିକଟରେ ପରିବାର ବର୍ଗ ଓ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ। ତାଙ୍କର ଏହି ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।

Leave A Reply

Your email address will not be published.

nineteen − five =