ଢ଼େଙ୍କାନାଳ : ଦିବ୍ୟାଙ୍ଗ ମାନଙ୍କୁ ମୂଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ଆରମ୍ଭ କରିଛନ୍ତି ପ୍ରୟାସ। ଫଳରେ ଏହାକୁନେଇ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପରିଷରରେ ଅନ୍ତର୍ନିବେଶୀ ଶିକ୍ଷା ସାଧନା କେନ୍ଦ୍ର ଉଦଘାଟିତ ହୋଇଯାଇଛି I ଦିବ୍ୟାଙ୍ଗ ମାନଙ୍କୁ ମୂଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ଆରମ୍ଭ କରିଛନ୍ତି ପ୍ରୟାସ।
ବିଶ୍ବ ଦିବ୍ୟାଙ୍ଗ ଦିବସରେ ଏହି ସାଧନା କେନ୍ଦ୍ରର ଉଦଘାଟନ ଉତ୍ସବରେ ଅନ୍ୟମାନଙ୍କ ସହ ଅତିଥୀ ଭାବେ ଭୁବନ ଏନଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ, ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ଓ ବିଡିଓ ଡ. ସୌରଭ କଲ୍ୟାଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ୨୧ ପ୍ରକାରର ଦିବ୍ୟାଙ୍ଗ ମାନଙ୍କୁ ଏହି ସାଧନା କେନ୍ଦ୍ରରେ କମ୍ପ୍ୟୁଟର ଶିକ୍ଷାଦାନ ସହିତ ବ୍ରେଲି ଲେଟର ଶିକ୍ଷା, ଟେଲିଭିଜନ ମାଧ୍ୟମରେ ଶିକ୍ଷା ଓ ଭୌତିକ ଚିକିତ୍ସା ପରି ବହୁତ ପ୍ରକାରର ସୁବିଧା ଯୋଗାଇ ଦିଆଯାଇଛି । ସେହିପରି ସାଧନା କେନ୍ଦ୍ରରେ ଅବିଭାବକ ମାନଙ୍କୁ ମଧ୍ୟ ସଚେତନତା କରାଯିବାର ବ୍ୟବସ୍ଥା ରହିଛିା।