ଭୁବନ;ମଠକରଗୋଳା ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ !

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ମଠକର ଗୋଳା କଲେଜର ଯୁକ୍ତ ୨ ଏନ.ଏସ.ଏସ. ୟୁନିଟ, ଯୁକ୍ତ ୩ ର ଦୁଇଗୋଟି ଏନ.ଏସ.ଏସ. ୟୁନିଟ, ସ୍କାଉଟ ଆଣ୍ଡ ଗାଇଡ, ଯୁବ ରେଡ କ୍ରସ ଏବଂ ଆଭ୍ୟନ୍ତରୀଣ ଗୁଣଵତ୍ତା ପ୍ରକୋଷ୍ଟ ର ମିଲ୍ଲିତ ଆ ନୁକୂଲ୍ୟରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି ।

କାର୍ଯ୍ୟକ୍ରମ ଆରମ୍ଭ ରେ ସଭାଗୃହ ରେ ସ୍ବେଛାସେବୀ ଓ ଛାତ୍ର ଛାତ୍ରୀ ଏବଂ ଅନୁଷ୍ଠାନ ର ସମସ୍ତ କର୍ମଚ୍ଚାରି ମାନ ଙ୍କ ମଧ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଅନୁଷ୍ଠାନ ର ଅଧ୍ୟକ୍ଷ ପ୍ର, ଚିତ୍ତରଞ୍ଜନ ଦାଶ ଅଧ୍ୟକ୍ଷତା କରିବା ସଙ୍ଗେ ସଙ୍ଗେ ଏଚ ଆଇଭି ଏଡ଼ସ ରୋଗର ଉତ୍ପତି, ଭୟl ବହତା ଓ ନିରାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଯୁବ ରେଡ କ୍ରସର ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ର ଏହି ରୋଗର ଇତିହାସ ଓ ବିଶ୍ୱରେ ଏହାର ଭୟା ବହତା ସମ୍ବଦ୍ଧରେ ଆଲୋଚନା କରି ଯୁବଗୋଷ୍ଟି କିଭଳି ଏହି ରୋଗ ଠାରୁ ନିଜକୁ ଦୁରେଇ ରଖି ପାରିବେ ତାର ବିଷୟରେ ଆଲୋକ ପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ସ୍ୱପ୍ନିତା ରାଉତ, ଅର୍ଚିତା ମହାମାନସିଂ, ଶ୍ରଦ୍ଧାଞ୍ଜଳି ସ୍ୱାଇଁ, ଅଧ୍ୟାପକ ସୁଧାଂଶୁ ଶେଖର ପାତ୍ର, ଲଳିତ ବେହେରା, ସୋମନାଥ ପଣ୍ଡା ଓ ପ୍ରଦୀପ୍ତ କୁମାର ସାହୁ କାର୍ଯ୍ୟକ୍ରମର ରୂପରେଖ ବର୍ଣ୍ଣନା କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କମଧ୍ୟରେ କିଭଳି ସଚେତନତା ବାର୍ତା ସମାଜ ମଧ୍ୟରେ ପ୍ରଭାବ ଶାଳୀ ହେବ ପ୍ରୟାସ ଜାରି ରଖିବା ପାଇଁ ଆହ୍ୱାନ କରିଥିଲେ ।

ପରେ ପରେ ଏକ ସଚେତନତା ରା଼ଳି ବାହାରି ଗ୍ରାମ ପରିଭ୍ରମଣ କରିଥିଲେ । ଛାତ୍ର ଛାତ୍ରୀ ମାନେ ଏଡ଼ସ ବିଷୟରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଗ୍ରାମର ବସ ଷ୍ଟାଣ୍ଡ ଠାରେ ଟ୍ରକ ଡ୍ରାଇଭେର ମାନଙ୍କୁ ସଚେତନତା କରିବା ସହିତ ଆଜିର ଦିବସରେ ଏଡ଼ସ ପ୍ରତି ସାବଧାନ ହେବାକୁ ଶପଥ ପାଠ କରାଇଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ସନ୍ତୋଷ କୁମାର ଲେଙ୍କା ଏବଂ ଫକୀର ମୋହନ ଲେଙ୍କା ପରିଚାଳନା କରିବାରେ ସହାୟତା କରିଥିଲେ ।

Leave A Reply

Your email address will not be published.

20 − nine =