ଢେଙ୍କାନାଳ : ଭୁବନ ବ୍ଲକ ରେ ଦିନକୁ ଦିନ ବେଆଇନ ମଦ କାରବାର ବଢିଚାଲିଛି । ଯେଉଁଥିପାଇଁ ଭୁବନ ଦେଶୀ ମଦର ଭୁସ୍ୱର୍ଗ ପାଲଟିଯାଇଥିବା ନେଇ ଚର୍ଚ୍ଚା ହୋଇଆସୁଛି । ବିଶେଷ କରି ଭୁବନ ବ୍ଲକ ଏକତାଳି ପଞ୍ଚାୟତ ରେ ପ୍ରଶାସନିକ ବାରମ୍ବାର ଚଢାଉ ପରେ ବି ଏଠାରେ ଦେଶୀ ମଦ ରାନ୍ଧିବା ବନ୍ଦ ହେଉ ନଥିବା ଦେଖିବାକୁ ମିଳୁଛି I ଜିଲ୍ଲାପାଳ ଓ ଅବକାରୀ ଏସପିଙ୍କ ନିର୍ଦେଶ କ୍ରମେ ଭୁବନ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା ।
ଏକତାଳି ଗ୍ରାମରୁ ୨୫୦୦ ଗୁଡପୋଚ ନଷ୍ଟ କରାଯାଇଥିବା ବେଳେ ସେହି ଗ୍ରାମର ମଙ୍ଗୁଳି ବେହେରାଙ୍କ ଠାରୁ ୧୫୦ ଲିଟର ମଦ ଜବତ କରି ମଙ୍ଗୁଳିକୁ ଗିରଫ କରିଛି ଅବକାରୀ ବିଭାଗ। ତେବେ ଭୁବନ ଅବକାରୀ ଅଧିକାରୀ ସଂଜିବ ଶର୍ମା ଏହାର ଅଧିକ ତଦନ୍ତ ଜାରି ରଖିଛନ୍ତି। ତଦନ୍ତ ପରେ ମଙ୍ଗୁଳିକୁ କୋର୍ଟଚାଲାଣ କରାଯିବ ବୋଲି ଜଣାଇଛନ୍ତି ।