ଗୋଟିଏ ରାତିରେ ଦୁଇ ଦୁଇଟି ପାଣିପମ୍ପର ମଟର ଚୋରି କରିନେଲେ ଦୁର୍ବୃତ୍ତ !

ଢେଙ୍କନାଳ : ଭୁବନ ବ୍ଲକ ମଠକରଗୋଳା ଗ୍ରାମରେ ଗୋଟିଏ ରାତିରେ ଦୁଇଟି ମଟର ଚୋରୀ ହୋଇଥିବା ଅଭିଯୋଗ ହୋଇଛି I ମଠକରଗୋଳା ଗ୍ରାମର ପ୍ରାୟ ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି । ମା’ ମଙ୍ଗଳା ପାଣି ପଞ୍ଚାୟତ ଓ ଶ୍ରୀରାମ ପାଣି ପଞ୍ଚାୟତ ନଂ-୩ ର ଚାଷିମାନେ ମଠକରଗୋଳା ମୌଜା ରେ ଧନ ଫସଲ ଠାରୁ ଆରମ୍ଭ କରି ବିଭିନ୍ନ ପନିପରିବା ଚାଷ କରି ଜିବିକା ନିର୍ବାହ କରିଥାନ୍ତି ।

ଉଠା ଜଳସେଚନର ଦୁଇଟି ପାଣିପମ୍ପ ମଟର ସାହାଯ୍ଯରେ ଫସଲ ଗୁଡିକ ରେ ରାମିଆଳ ନଦୀରୁ ପାଣୀ ମଡେଇ ଫସଲ ମଧ୍ୟ ଭଲ ହୋଇଥିଲା। କିନ୍ତୁ ଗତକାଲି ରାତିରେ କେହି ଦୁର୍ବୁତ୍ତ ପାଣପମ୍ପ ଗୁଡିର ଦୁଇଟି ମଟର ଚୋରି କରି ନେଇଯାଇଛନ୍ତି। ଫଳରେ ପାଣି ପମ୍ପ ଉପରେ ନିର୍ଭର କରୁଥିବା ଚାଷୀମାନେ ଏବେ ଚିନ୍ତାରେ କାରଣ ସାଜିଛି I

ସକାଳେ ଚାଷୀ କ୍ଷେତରେ ପାଣି ମଡାଇବା ପାଇଁ ଯାଇଥିବା ବେଳେ ମଟର ଦୁର୍ବୃତ୍ତ ମାନେ ଚୋରୀ କରିନେଇଥିବା ଜଣାପଡିଛି । ଶ୍ରୀରାମ ପାଣିପଞ୍ଚାୟତ ନଂ-୩ ଓ ମା ମଙ୍ଗଳା ପାଣିପଞ୍ଚୟତର କାଞ୍ଜଆମଳ ଚକ ଓ ବୁଢାପାଳ ଚକ ପ୍ରାୟ ୧୫୦ ସହ ଏକର ଚାଷ ଜମିକୁ ପାଣି ଯୋଗାଉଥିଲା। ମଟର ଚୋରି ହୋଇଯିବା ଫଳରେ ଏଥିରେ ପାଣି ମଡାଇବା ସମ୍ଭବପର ହେବନାହିଁ।

ତେଣୁ ଆଳୁ,ବାଇଗଣ,ଭେଣ୍ଡି, କାକୁଡି ବିଲାତି ବାଇଗଣ ଆଦି ବିଭିନ୍ନ ପନିପରିବା ଓ ଧାନ ଫସଲ ନଷ୍ଟ ହୋଇଯାଇ ପରେ ନେଇ ଆନୁମାନ କରାଯାଉଛି I ଏନେଇ ଗ୍ରାମର ଚାଷୀ ମାନେ କାମାକ୍ଷାନଗର ଥାନା ଅଧିକାରୀ ଓ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.

12 − 11 =