ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଢେଙ୍କାନାଳ ଜିଲ୍ଲା ଗସ୍ତ !

ଢେଙ୍କାନାଳ : ଜିଲ୍ଲା ଗସ୍ତ କରିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ମନ୍ଦାକିନୀ  କର, ଶିଶୁ ସୁରକ୍ଷା ସମିତିର ସୁଜାତା ମହାନ୍ତି  । ଏହି ଗସ୍ତ ସମୟରେ  ଉଭୟେ ସଦର ବ୍ଲକ ଗୋବନ୍ଦପିର ସ୍ଥିତ ମହର୍ଷିଦୟାନନ୍ଦ ସର୍ଭିସ ମିଶନର ଶିଶୁଗୃହ ଓ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗୃହ ପରିଦର୍ଶନ  କରିଥିଲେ।

ଏଥିସହ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ଏବଂ ଶିଶୁମିତ୍ର ପୋଲିସ କାର୍ଯ୍ୟାଳୟ  ବୁଲି ଦେଖିଥିଲେ। ଶିଶୁଙ୍କ ବିକାଶ ଓ ସୁରକ୍ଷା ଦିଗରେ ଯତ୍ନବାନ ହେବାକୁ ଉଭୟେ ପରାମର୍ଶ ଦେଇଛନ୍ତି।

ଶେଷରେ ଦୁଇ ଅଧିକାରୀ  ଜିଲ୍ଲାପାଳ ସରୋଜ କୁମାର ସେଠୀ,  ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କ ସହ ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥା ସମ୍ପର୍କରେ  ଆଲୋଚନା କରିଥିଲେ। ଜିଲ୍ଲା  ଶିଶୁସୁରକ୍ଷା ଅଧିକାରୀ  ଅନୁରାଧା  ଗୋସ୍ୱାମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

19 − 1 =