ଢ଼େଙ୍କାନାଳ :ଭୁବନ ବ୍ଲକ ଅନ୍ତର୍ଗତ ଦୟଣାବିଲି ଗ୍ରାମର ପୋଲ ଭାଙ୍ଗିଯିବାରୁ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି ଗ୍ରାମବାସୀ I
ଡମଶାଳ ନଦୀର କୁ ଯିବାଆସିବ, ଚାଷ ବିଲ ଓ ଆର ପାର୍ଶ୍ଵରେ ଏକ ମନ୍ଦିର ଥିବାରୁ ଏହି ପୋଲ ଉପରେ ଦୈନିକ ଗ୍ରାମବାସୀ ଛୋଟ ରୁ ବୁଢ଼ା ପର୍ଯ୍ୟନ୍ତ ନିର୍ଭର କରିଥାନ୍ତି I ଚଳିତ ବର୍ଷ ନଦୀ ବଢ଼ି ରେ ପୋଲର ଦୁଇ ପାର୍ଶ୍ୱ ମାଟି ଖାଇ ଯିବାରୁ ପୋଲଟି ଭାଙ୍ଗି ଯାଇଛି I ଗ୍ରାମବାସୀ ମାନେ ରାତି ପାହିଲେ ଦୈନିକ ଏହି ରାସ୍ତା ଉପରେ ନିର୍ଭରଶୀଳ ଥିବାରୁ ବାଧ୍ୟ ହୋଇ ତିନୋଟି ବିଦ୍ୟୁତ୍ ଖୁଣ୍ଟକୁ ଭଙ୍ଗା ପୋଲ ଉପରେ ବିଛାଇ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି I ଖୁବ୍ ବ୍ଲକ୍ ପ୍ରଶାସନ ପକ୍ଷରୁ ନୂତନ ପୋଲ ନିର୍ମାଣ କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି I