ଢେଙ୍କାନାଳ : ଆମ୍ ଆଦମୀ ପାର୍ଟିର ଲୋକାଭିମୁଖୀ ଯୋଜନା ଯୋଗୁଁ ବହୁତ ସମର୍ଥକ ଦଳ ସହିତ ଯୋଡ଼ି ହେଉଛନ୍ତି। ପାର୍ଟି ପକ୍ଷରୁ ପର୍ଜଙ୍ଗ ୩ନଂ ଜୋନ୍ ର ବସୋଇ, କଙ୍କିଳି, ପଥରଖମ୍ବ, ବଡଝରା, ଜୟପୁରାକାଟେଣି, ବାରିହାପୁର ଓ ମୁକ୍ତାପଶି ପଞ୍ଚାୟତର ସକ୍ରିୟ କାର୍ଯ୍ୟକର୍ତ୍ତା ସହିତ ଏକ ଜୋନାଲ ବୈଠକ ବସୋଇ ଦୁର୍ଗା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା।
ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଭୁ ରଞ୍ଜନ ସାହୁ, ଉପସଭାପତି ପର୍ଶୁରାମ ମହାଭୋଇ, ଜିଲ୍ଲା ଯୁବ ଉପସଭାପତି ବିଭୁତି ପ୍ରଧାନ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । କଙ୍କିଳି ପଞ୍ଚାୟତର ରୋହିତ ସାହୁ, କାମାକ୍ଷୀ ବେହେରା, ବସୋଇର ଶୈଳୈନ୍ଦ୍ର ସାହୁ, ବିଜୟ ବିଶ୍ବାଳ, ଉଦୟନାଥ ବିଶ୍ବାଳ, ଉପେନ୍ଦ୍ର ବେହେରା, ବାରିହାପୁର ପଞ୍ଚାୟତର ଜ୍ଞାନରଞ୍ଜନ ସାହୁ, ବଡଝରାର ସାନୁ ମହାପାତ୍ର, ସୂର୍ଯ୍ୟ କୁମାର ସାହୁ, ସୁନିଲ ସେଠୀ, ପଥରଖମ୍ବ ପଞ୍ଚାୟତର ପୂର୍ଣ୍ଣ ଚନ୍ଦ୍ର ବିଶ୍ବାଳ, ମୁକ୍ତାପଶିର ବିକାଶ ନାଏକ, ବଟକୃଷ୍ଣ ନାଏକ ଓ ଜୟପୁରା କାଟେଣୀର ଇନ୍ଦ୍ରମଣି ସାହୁ, ନରୋତ୍ତମ ସାହୁ, ସୁରଥ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ଶୁସାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ନିଜ ନିଜ ପଞ୍ଚାୟତର ଦାୟୀତ୍ୱ ନେଇଥିଲେ ।
ମୁଖ୍ୟ ଅତିଥି ଭାବେ ଜିଲ୍ଲା ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା ଯୋଗଦେଇ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରଙ୍କ ଦ୍ୱାରା ଗୁଣାତ୍ମକ ଶିକ୍ଷା, ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବା, ମାଗଣା ବିଜୁଳି, ପାଣି, ଯୁବ ପିଢ଼ିଙ୍କୁ ନିଜ ଶିକ୍ଷାନୁସାରେ ରୋଜଗାର ଯୋଗାଇବା, ଶହେରୁ ଅଧିକ ସରକାରୀ ସେବା ଲୋକଙ୍କୁ ନିଜ ଘରେ ପ୍ରଦାନ କରିବା, ମହିଳା ସଶକ୍ତିକରଣ, ମହିଳା ଏବଂ ଶ୍ରମିକ ମାନଙ୍କୁ ବସରେ ମାଗଣା ଯାତାୟାତ, ବରିଷ୍ଠ ନାଗରିକ ମାନଙ୍କପାଇଁ ସାମାଜିକ ସୁରକ୍ଷା, କୃଷିଭିତ୍ତିକ ଯୋଜନା, ଦୁର୍ନୀତି ମୁକ୍ତ ଓ ଭ୍ରଷ୍ଟାଚାର ମୁକ୍ତ ଶାସନ ଉପରେ କର୍ମୀମାନଙ୍କୁ ବାର୍ତ୍ତା ଦେଇଥିଲେ।
ଆଗାମୀ ଦିନରେ ପ୍ରତ୍ୟେକ ପଞ୍ଚାୟତରେ ବୈଠକର ଆୟୋଜନ କରି ଲୋକମାନଙ୍କୁ ସଚେତନ କରିବା ଓ ଦଳ ସହିତ ଯୋଡିବା ପାଇଁ ମାର୍ଗଦର୍ଶନ କରିଥିଲେ। ଶେଷରେ ପର୍ଜଙ୍ଗ ବ୍ଲକ ସଭାପତି ପ୍ରକାଶ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ।